ମହାରାଷ୍ଟ୍ର ପରେ ଗୋଆରେ ହୋଇପାରେ ଦଳବଦଳ !
ଗୋଆରେ ରାଜ୍ୟ କଂଗ୍ରେସକୁ ଲାଗିପାରେ ଶକ୍ତ ଧକ୍କା । ମହାରାଷ୍ଟ୍ର ପରେ ଗୋଆରେ ଦେଖାଦେଇପାରେ ଦଳବଦଳ ନାଟକ । ଦଳର 11 ବିଧାୟକଙ୍କ ମଧ୍ୟରୁ ପ୍ରାୟ 9 ବିଧାୟକ ବିଜେପିରେ ଯୋଗଦେଇପାରନ୍ତି ।
ପାଣାଜୀ: ଗୋଆରେ ରାଜ୍ୟ କଂଗ୍ରେସକୁ ଲାଗିପାରେ ଶକ୍ତ ଧକ୍କା । ମହାରାଷ୍ଟ୍ର ପରେ ଗୋଆରେ ଦେଖାଦେଇପାରେ ଦଳବଦଳ ନାଟକ । ଦଳର 11 ବିଧାୟକଙ୍କ ମଧ୍ୟରୁ ପ୍ରାୟ 9 ବିଧାୟକ ବିଜେପିରେ ଯୋଗଦେଇପାରନ୍ତି ।

ଦଳରେ ସେପରି କିଛି ଫାଟ ସୃଷ୍ଟି ହେବା ସମ୍ଭାବନା ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ଦିନେଶ ଗୁଣ୍ଡୁରାଓ । ତେବେ ଆସନ୍ତାକାଲିଠାରୁ ଗୋଆରେ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ କଂଗ୍ରେସର ଏହି ହଟଚମଟ ମୂଳକ ଖବର ହଲଚଲ ଅବସ୍ଥା ସୃଷ୍ଟି କରିଛି ।
40 ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିର 20, ସହଯୋଗୀ ଏମଜିପିର 2, କଂଗ୍ରେସର 11, ଜିଏଫପିର ଜଣେ, ଆପ୍ର 2, ଆରଜିପିର ଜଣେ ବିଧାୟକ ଅଛନ୍ତି ।












Click it and Unblock the Notifications