ମରାଠା ସଂରକ୍ଷଣ ବିଲକୁ କ୍ୟାବିନେଟରେ ମଞ୍ଜୁରୀ

Maharashtra cabinet: ମହାରାଷ୍ଟ୍ର କ୍ୟାବିନେଟରେ ମରାଠା ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରଙ୍କ ଦୀର୍ଘ ଦିନର ଦାବି କରିଛନ୍ତି ପୂରଣ । ମରାଠା ସଂରକ୍ଷଣ ବିଲ୍ ପାରତ କରିବା ପାଇଁ ଏକନାଥ ସିନ୍ଦେ ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ । ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ପହଞ୍ଚିଥିଲେ । ଅନ୍ୟ ସମ୍ପ୍ରଦାୟର ଲାଭକୁ ପ୍ରଭାବିତ ନକରି ମରାଠା ସମ୍ପ୍ରଦାୟକୁ ସ୍ଥାୟୀ ସଂରକ୍ଷଣ ଯୋଗାଇବା ସରକାରଙ୍କ ଉଦ୍ଦେଶ୍ୟ।

ସୂଚନାଥାଉ ଯେ, ଦୀର୍ଘଦିନ ମରାଠା ସଂରକ୍ଷଣ ପାଇଁ ଦାବି ହୋଇ ଆସୁଥିଲା । ମାହାରାଷ୍ଟ୍ରରେ ଥିବା ସମସ୍ତ ଓବିସି ଶ୍ରେଣୀର ବ୍ୟକ୍ତିଙ୍କୁ କୁନବି ପ୍ରମାଣପତ୍ର ପ୍ରଦାନ। କିଣ୍ଡରଗାର୍ଡେନଠାରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ମାଗଣା ଶିକ୍ଷା ଏବଂ ସରକାରୀ ଚାକିରି ନିଯୁକ୍ତିରେ ମରାଠାଙ୍କ ପାଇଁ ଆସନ ସଂରକ୍ଷଣ ଆଦି ଦାବି କରି ଲୋକେ ଆନ୍ଦୋଳନ କରିଆସୁଥିଲେ ।

Maharashtra cabinet

ଜାନୁଆରୀ ମାସରେ ଏହି ଆନ୍ଦୋଳନ ଉଗ୍ର ରୂପ ନେଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ ଭେଟିଥିଲେ ଏବଂ ସମସ୍ତ ଦାବି ପୂରଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

ତେବେ ଖୁବ୍ ଶୀଘ୍ର ବିଧାନ ସଭାରେ ସ୍ୱତନ୍ତ୍ର ଅଧିବେଶନ ଆଣି ବିଲକୁ ପାରିତ କରାଯିବ ବୋଲି ମଧ୍ୟ ସେ କହିଥିଲେ। ଯେଉଁଥି ପାଇଁ ଆଜି ମହାରାଷ୍ଟ୍ର ବିଧାସଭାର ସ୍ୱତନ୍ତ୍ର ଅଧିବେଶନ ବସିବ ।ହେଲେ ଏହା ପୂର୍ବରୁ କ୍ୟାବିନେଟରେ ଶିକ୍ଷା ତଥା ସରକାରୀ ଚାକିରିରେ 10% ମରାଠା ସଂରକ୍ଷଣ ପାଇଁ ବିଲ୍ ଡ୍ରାଫ୍ଟକୁ ମଞ୍ଜୁରୀ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+