Get Updates
Get notified of breaking news, exclusive insights, and must-see stories!

ମାହାଙ୍ଗା ଡବଲ ମର୍ଡର: ଆଇନ ମନ୍ତ୍ରୀ କହିଲେ, ବିଜେପି ଯାହା କରିବା କଥା କରିବ, ଆମେ ଯାହା କରିବା କଥା କରିବୁ

ଗତକାଲି ଥାନରେ ଏତଲା ପରେ ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି ।

ଭୁବନେଶ୍ବର: ମାହାଙ୍ଗା ବ୍ଲକ ନୃତାଙ୍ଗ ପଞ୍ଚାୟତର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା ମାମଲାରେ ସରଗରମ ହେଲାଣି ରାଜ୍ୟ ରାଜନୀତି । ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି କଟକ ଜିଲ୍ଲାର ସବୁ ବ୍ଲକରେ ବିକ୍ଷୋଭ କରୁଛି ବିଜେପି । ତେବେ ଗତକାଲି ଥାନରେ ଏତଲା ପରେ ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି ।

ମାହାଙ୍ଗା ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ କହିଛନ୍ତି, ବିଜେପି ଜଣେ ବିରୋଧି ଦଳ ହିସାବରେ ଘଟଣାକୁ ରାଜନୈତିକ ମୋଡ ଦେବାକୁ ଚାହୁଁଛି । ମୁଁ ବିଜେପିକୁ କିଛି କହିବାକୁ ଚାହେଁନି । ବିଜେପି ଯାହା କହିବା କଥା କହୁ, ଆମେ ଯାହା କରିବା କଥା କରିବୁ। ଘଟଣାରେ ମୋ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଆପେଆପେ ଜଣାପଡ଼ିବ ।

Pratap Jena

ସେ ଆହୁରି ମଧ୍ୟ କହିଛନ୍ତି , ଓଡ଼ିଶାରେ କିଛି ଘଟଣା ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡପାଇବା ଉଚିତ । ତେବେ ବିରୋଧୀ ରାଜନୈତିକ ଦଳ ଏହା ଚାହାନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କାରଣ ଘଟଣାକୁ ଅଯଥାରେ ରାଜନୈତିକ ରୂପ ଦେବାକୁ ଚାହୁଁଛି ବିଜେପି । ବ୍ୟକ୍ତିଗତ ଭାବେ ମୁଁ ନିଜେ ଉଦ୍ୟମ କରିବି, ଯେପରି ଦୋଷୀ ତୁରନ୍ତ ଗିରଫ ହୋଇ କଠୋର ଦଣ୍ଡ ପାଉ ।

ସେପଟେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ୱାରା ହତ୍ୟାକାଣ୍ଡ ଘଟିଛି । ୪୮ ଘଣ୍ଟାରେ ଦୋଷୀ ଧରା ନହେଲେ ପ୍ରତିବାଦ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କୁ ସାଧାରଣଉତ୍ସବରେ ଭାଗନେବାକୁ ଦିଆଯିବ ନାହିଁ। ସେହିପରି ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ୧୭ଟି ରାଜନୈତିକ ହତ୍ୟାକାଣ୍ଡ ଘଟିଛି। ପଞ୍ଚାୟତ ନିର୍ବାଚନ ବେଳେ ୧୪ କର୍ମୀଙ୍କୁ ହତ୍ୟା କରାଗଲା, ସାଧାରଣ ନିର୍ବାଚନ ବେଳେ ମୋ ନିର୍ବାଚନ ମଣ୍ଡଳୀରୁ ଜଣଙ୍କୁ ହତ୍ୟା ହୋଇଛି। ନିର୍ବାଚନ ଜିତିବା ସକାଶେ ଶାସକ ଦଳ କ୍ଷମତା ପାଇଁ ହତ୍ୟାକାଣ୍ଡ ଭିଆଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+