ମାହାଙ୍ଗା ଡବଲ ମର୍ଡର: ବିଜେପିକୁ କଡା ଜବାବ ଦେଲେ ବିଜେଡି ମୁଖପାତ୍ର ଚିନ୍ମୟ ସାହୁ
ରାଜନୀତିକ ହିଂସା ଘଟଣାରେ ରାଜ୍ୟ ସରକାର ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ବୋଲି ଚିନ୍ମୟ କହିଛନ୍ତି ।
ଭୁବନେଶ୍ବର: ମାହାଙ୍ଗା ବ୍ଲକ ନୃତାଙ୍ଗ ପଞ୍ଚାୟତର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା ମାମଲାରେ ସରଗରମ ହେଲାଣି ରାଜ୍ୟ ରାଜନୀତି । ଅଭିଯୁକ୍ତଙ୍କୁ ଗିରଫ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି କଟକ ଜିଲ୍ଲାର ସବୁ ବ୍ଲକରେ ବିକ୍ଷୋଭ କରୁଛି ବିଜେପି । ତେବେ ବିରୋଧି ବିଜେପିର ଟାର୍ଗେଟକୁ ପଲଟ ବାର କରିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ।

ରାଜନୀତିକ ହିଂସା ଘଟଣାରେ ରାଜ୍ୟ ସରକାର ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ବୋଲି ଚିନ୍ମୟ କହିଛନ୍ତି । ତେବେ ସେ କହିଛନ୍ତି, ଯେଉଁ ଦଳ ରାଜନୈତିକ ହିଂସା ଆରୋପ ଲଗାଉଛନ୍ତି, ସେମାନେ ବିଭିନ୍ନ ରାଜ୍ୟରେ ସରକାରରେ ଅଛନ୍ତି । ସେହି ରାଜ୍ୟରେ କେଉଁ ଭଳି ରାଜନୀତିକ ହିଂସା ହେଉଛି, ସେ କଥା କାହାକୁ ଅଛପା ନାହିଁ । ତେଣୁ ସେମାନଙ୍କର ଏ ବାବଦରେ କହିବାର ନୈତିକ ଅଧିକାର ନାହିଁ ।
ଏନସିଆରବି ରିପୋର୍ଟ କହୁଛି, ୨୦୧୯-୨୦ରେ ଓଡ଼ିଶାରେ ଗୋଟିଏ ବି ରାଜନୀତିକ ହିଂସା ହୋଇନାହିଁ । ସର୍ବାଧିକ ରାଜନୀତିକ ହତ୍ୟା ପଶ୍ଚିମବଙ୍ଗରେ ହୋଇଛି । ବିହାର ଏବଂ ଝାଡ଼ଖଣ୍ଡରେ ୬ଟି, କର୍ଣ୍ଣାଟକ ଓ ପଞ୍ଜାବରେ ୪ଟି ରାଜନୀତିକ ହତ୍ୟା ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କଟକ ଗ୍ରାମାଞ୍ଚଳ ଏସପି ବି.ଯୁଗଳ କିଶୋର କହିଛନ୍ତି । ଏହାକୁ ନେଇ ବିଜୁ ଜନତା ଦଳକୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ବୋଲି ଚିନ୍ମୟ କହିଛନ୍ତି ।
ତେବେ ଗତକାଲି ଥାନରେ ଏତଲା ପରେ ମାହାଙ୍ଗା ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ମାହାଙ୍ଗା ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ କହିଛନ୍ତି, ବିଜେପି ଜଣେ ବିରୋଧି ଦଳ ହିସାବରେ ଘଟଣାକୁ ରାଜନୈତିକ ମୋଡ ଦେବାକୁ ଚାହୁଁଛି । ମୁଁ ବିଜେପିକୁ କିଛି କହିବାକୁ ଚାହେଁନି । ବିଜେପି ଯାହା କହିବା କଥା କହୁ, ଆମେ ଯାହା କରିବା କଥା କରିବୁ। ଘଟଣାରେ ମୋ ନାଁରେ ଏତଲା ହୋଇଛି, ତଦନ୍ତ ହେଲେ ସତ ଆପେଆପେ ଜଣାପଡ଼ିବ ।
ସେ ଆହୁରି ମଧ୍ୟ କହିଛନ୍ତି , ଓଡ଼ିଶାରେ କିଛି ଘଟଣା ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡପାଇବା ଉଚିତ । ତେବେ ବିରୋଧୀ ରାଜନୈତିକ ଦଳ ଏହା ଚାହାନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କାରଣ ଘଟଣାକୁ ଅଯଥାରେ ରାଜନୈତିକ ରୂପ ଦେବାକୁ ଚାହୁଁଛି ବିଜେପି । ବ୍ୟକ୍ତିଗତ ଭାବେ ମୁଁ ନିଜେ ଉଦ୍ୟମ କରିବି, ଯେପରି ଦୋଷୀ ତୁରନ୍ତ ଗିରଫ ହୋଇ କଠୋର ଦଣ୍ଡ ପାଉ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍... -
ଯୁଦ୍ଧ ଭିତରେ ଖସିଲା ସୁନା ରୂପା ଦାମ, ଜାଣନ୍ତୁ କେତେ ? -
SCB ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ କହିଲେ ବିଜୟ ମହାପାତ୍ର












Click it and Unblock the Notifications