Get Updates
Get notified of breaking news, exclusive insights, and must-see stories!

ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ କୌଣସି ନିର୍ଣ୍ଣୟ ନେବେନି ବାଚସ୍ପତି: ସୁପ୍ରିମକୋର୍ଟ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲାରେ ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମାମଲାରେ ଆଜି ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆଜି ଶୁଣାଣି ସମୟରେ ସଲିସେଟର ଜେନେରାଲଙ୍କୁ ମହାରାଷ୍ଟ୍ର ବାଚସ୍ପତିଙ୍କୁ ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରିବାକୁ କହିବା ସହ ଶୁଣାଣି ସ୍ଥଗିତ ରଖିଛନ୍ତି କୋର୍ଟ ।

sc

କୋର୍ଟ କହିଛନ୍ତି ଏହି ମାମଲାର ଶୁଣାଣି ପାଇ ଏକ ଖଣ୍ଡପୀଠ ଗଠନ ହେବାର ଆବଶ୍ୟକତା ରହିଛି । ଏହି ପ୍ରକ୍ରିୟା ପାଇଁ କିଛି ସମୟ ମଧ୍ୟ ଲାଗିବ । ଉଦ୍ଧବ ଠାକରେ ଗୋଷ୍ଠୀ ମାମଲାର ତ୍ବରିତ ଶୁଣାଣି ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ ସୁଦ୍ଧା ଆସନ୍ତାକାଲି ଏହି ମାମଲାକୁ ଶୁଣାଣି ସୂଚୀରେ ମଧ୍ୟ ରଖାଯାଇନି ।

ଶିବସେନା ସାଂସଦ ସଞ୍ଜୟ ରାଉତ ଟ୍ବିଟ କରି କହିଛନ୍ତି, ଯେ ତାଙ୍କ ଦଳର ସର୍ବୋଚ୍ଚ ନ୍ୟାୟାଳୟ ଉପରେ ବିଶ୍ୱାସ ଅଛି। ଏବେ କୋର୍ଟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଦଳର ଅନ୍ୟ ବିଧାୟକମାନଙ୍କୁ ଜାରି କରାଯାଇଥିବା ଅଯୋଗ୍ୟତା ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି କରୁଥିଲେ । ଏଥିରେ ସିନ୍ଦେ ସରକାରଙ୍କ ବଞ୍ଚିବା ବିଷୟରେ ନୁହେଁ, ବରଂ ଗଣତନ୍ତ୍ରର ବଞ୍ଚିବା ବିଷୟରେ ପ୍ରଶ୍ନ ଆସୁଛି ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+