Get Updates
Get notified of breaking news, exclusive insights, and must-see stories!

ଫୋନ ପେ’ କ୍ୟୁଆର କୋଡରେ ଲାଗିଛି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଫଟୋ, କମ୍ପାନୀ ଦେଲା ଚେତାବନୀ

ଭୋପାଳ: ମଧ୍ୟପ୍ରଦେଶରେ ଏବେ ପୋଷ୍ଟର ୱାର । ଆଗାମୀ ନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ପୋଷ୍ଟର ୱାର ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟର ୱାରରେ ଡିଜିଟାଲ ପେମେଣ୍ଟ ଆପ୍ ଫୋନ୍ ପେ କୁ ମଧ୍ୟ ସାମିଲ କରାଯାଇଥିବା ଦେଖିବାକୁ ମିଳୁଛି ।

କଂଗ୍ରେସ ଅଧ୍ୟକ୍ଷ କମଲନାଥଙ୍କ ବିରୋଧରେ ବିଜେପି କ୍ୟୁଆର କୋଡ ଥିବା ପୋଷ୍ଟର ଲଗାଇବା ପରେ ଏବେ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜସିଂ ଚୌହାନଙ୍କ ବିରୋଧରେ ଫୋନ ପେ ଲୋଗ ଥିବା ପୋଷ୍ଟର ଭୋପାଳରେ ଲଗାଇଛି । ଏଥିରେ କାମ ବଦଳରେ ମୁଖ୍ୟମନ୍ତ୍ରୀ ୫୦ ପ୍ରତିଶତ କମିଶନ ଫୋନପେ ମାଧ୍ୟମରେ ନେଉଥିବା ଲେଖାଯାଇଛି ।

Phone Pay

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ କଂଗ୍ରେସ ତରଫରୁ ଶିବରାଜସିଂ ଚୌହାନଙ୍କ ବିରୋଧରେ ଲାଗିଥିବା ପୋଷ୍ଟରରେ ଶିବରାଜ ସିଂ ଚୌହାନଙ୍କ ଫଟୋ ଛପା ଯାଇଛି । ଏଥିରେ ଲେଖାଯାଇଛି କି, ୫୦ ପ୍ରତିଶତ କମିଶନ ଆଣ, ଫୋନ ପେରେ କାମ କରାଅ । ଏନେଇ ଜୁନ ୨୬ ତାରିଖରେ ଫୋନପେ ତରଫରୁ ଟ୍ୱିଟ୍ ମାଧ୍ୟମରେ ଏହି ପୋଷ୍ଟରକୁ ନେଇ ଆପତ୍ତି ଉଠାଯାଇଛି ।

ସୂଚନାଥାଉ କି, କର୍ଣ୍ଣାଟକର ବୋମ୍ମାଇ ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ କରି କଂଗ୍ରେସ QR କୋଡ୍ ବ୍ୟବହାର କରିଥିଲା । ଆଉ ଏବେ ମଧ୍ୟପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଚେକ୍‌ ଦେବାକୁ କଂଗ୍ରେସ ସମାନ ରଣନୀତି ଆପଣେଇଛି ।

ଅନ୍ୟପଟେ ଏହି ପୋଷ୍ଟରକୁ ବିରୋଧ କରିଛି ଫୋନ ପେ କମ୍ପାନୀ । ଫୋନପେ ତରଫରୁ କୁହାଯାଇଛି କମ୍ପାନୀର ଲୋଗ ଏହି ପୋଷ୍ଟରରୁ ହଟାଯିବା ଆବଶ୍ୟକ । ଏହାସହ କ୍ଷମତା କେନ୍ଦ୍ର ହେଉ ବା ବିରୋଦୀ ଦଳ କେହି ବି ଫୋନପେର ଲୋଗ ବ୍ୟବହାର କରି ରାଜନୀତି କରିବାକୁ ଫୋନପେ ତରଫରୁ ନାପସନ୍ଦ କରାଯାଇଛି ।

ଫୋନପେ ନିଜ ଟ୍ୱିଟରେ ଲେଖିଛି, କୌଣସି ତୃତୀୟ ପକ୍ଷ କମ୍ପାନୀର ବ୍ରାଣ୍ଡ ଲୋଗୋ ବ୍ୟବହାର କରିପାରିବେ ନାହିଁ । ବ୍ରାଣ୍ଡଲୋଗୋର ଅନଧିକୃତ ବ୍ୟବହାରକୁ ନେଇ କମ୍ପାନୀ ଆପତ୍ତି କରିଛି । ଫୋନ୍‌ପେ କୌଣସି ରାଜନୈତିକ ଅଭିଯାନ କିମ୍ବା ଦଳ ସହିତ ଜଡିତ ନଥିବା ପୋଷ୍ଟ କରାଯାଇଛି । ଫୋନପେ ଲୋଗୋ ହେଉଛି ଆମ କମ୍ପାନୀର ଏକ ପଞ୍ଜୀକୃତ ଟ୍ରେଡମାର୍କ । ଫୋନପେର ବୌଦ୍ଧିକ ଗୁଣଧର୍ମର ଯେକୌଣସି ଅନଧିକୃତ ବ୍ୟବହାର କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ । କମ୍ପାନୀ ପକ୍ଷରୁ ଏହି ଟ୍ୱିଟ୍‌ କରାଯାଇ, କଂଗ୍ରେସ ଦଳକୁ ମଧ୍ୟ ଟ୍ୟାଗ୍ କରାଯାଇଛି ।

ଅନ୍ୟପଟେ ପିସିସି ମିଡିଆ ଉପାଧ୍ୟକ୍ଷ ଭୁପେନ୍ଦ୍ର ଗୁପ୍ତା କହିଛନ୍ତି, କଂଗ୍ରେସ ଏପରି କୌଣସି ପ୍ରକାର ପୋଷ୍ଟର ଲଗାଇ ନାହିଁ । ଜନସାଧାରଣ ଏହି ପୋଷ୍ଟର ଲଗାଇଛନ୍ତି । କଂଗ୍ରେସ କେବଳ ସୋସିଆଲ ମିଡିଆ ମାଧ୍ୟମରେ ସେୟାର କରିଛି । ବିଜେପି ସୁଚିନ୍ତିତ ଭାବେ କଂଗ୍ରେସକୁ ଜାଣିଶୁଣି ଟାର୍ଗେଟ କରୁଥିବା କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+