କିଏ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ସୋମବାର ହୋଇପାରେ ଘୋଷଣା
MP Eelction Result: ମଧ୍ୟପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ ! ବର୍ତ୍ତମାନ ରାଜନୈତୀୟକ ମହଲରେ ଜୋର ଧରିଛି ଚର୍ଚ୍ଚା । ଏହି ସମୟରେ, ରାଜଧାନୀ ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମଧ୍ୟପ୍ରଦେଶ ସରକାର ଗଠନକୁ ନେଇ ପୃଥକ ବୌଠକ କରିବା ନେଇ ସୂଚନା ରହିଛି । ସେହିପରି ମଧ୍ୟପ୍ରଦେଶରେ ମଧ୍ୟ ରଜନୈତୀକ ସରଗରମ ଲାଗି ରହିଛି ।

ମଧ୍ୟପ୍ରଦେଶ ପାଇଁ କେନ୍ଦ୍ରୀୟ ନେତୃତ୍ୱ ତିନିଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ତିନିଜଣ ପର୍ଯ୍ୟବେକ୍ଷକ ରାଜଧାନୀ ଭୋପାଳରେ ପହଞ୍ଚି ବିଧାନସଭା ଦଳ ସହ ଏକ ବୈଠକ କରିବେ। ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ଏବଂ ସୋମବାର ସନ୍ଧ୍ୟା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇ ପାରେ ।
ବର୍ତ୍ତମାନ ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ ସନ୍ଦେହ ସୃଷ୍ଟି ହୋଇଛି, ଯେଉଁଠାରେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବରାଜ ସିଂ ଚୌହାନ, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ କୈଲାଶ ବିଜୟଭର୍ଗୀୟଙ୍କୁ ନାମ ରହିଛି ଚର୍ଚ୍ଚାରେ । ଏଥି ସହିତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ନେଇ ରାଜଧାନୀ ଦିଲ୍ଲୀରେ ଅନେକ ବୈଠକ ଜାରି ରହିଛି । ଏଠାରେ ଏବେ ମଧ୍ୟପ୍ରଦେଶରୁ ଆସୁଥିବା ବରିଷ୍ଠ ବିଜେପି ନେତାଙ୍କ ଧାରା ଜାରି ରହିଛି, ଯେଉଁଠାରେ ସମସ୍ତ ନେତା ଲଗାତାର ପରସ୍ପରକୁ ଭେଟୁଥିବାର ଦେଖିବା ପାଇଁ ମିଳୁଛି । ରାଜ୍ୟରେ ବିଜେପିର ବିଜୟରେ ମୋଦି ଫ୍ୟାକ୍ଟର ସହ ଶିବରାଜ ସରକାରଙ୍କ 'ଲାଡଲି ବହନ ଯୋଜନା' ମଧ୍ୟ ଶ୍ରେୟ ନେଇଛି । ଏହା ବ୍ୟତିତି ବିଜେପିର ବିଜୟରେ ଶିବରାଜ ସିଂଙ୍କ ଲୋକପ୍ରିୟତା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେବେ ଏପରି ସ୍ଥିତିରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।












Click it and Unblock the Notifications