ବିଧାନସଭାର ମୌସୁମୀ ଅଧିବେଶନ: ହସ୍ପିଟାଲରୁ ଭିସି ଯୋଗେ ସାମିଲ ହେଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର ଏମ୍ସ ହସ୍ପିଟାଲରୁ ବିଧାନସଭାର ମୌସୁମୀ ଅଧିବେଶନର ଗୃହକାର୍ଯ୍ୟରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ହସ୍ପିଟାଲରୁ ଭିଡିଓ କନଫରେସିଂରେ ବିଧାନସଭା ଗୃହକାର୍ଯ୍ୟରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା । ଏଭଳି ଚିତ୍ର ଖୁବ ବିରଳ ।
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସ ହସ୍ପିଟାଲରୁ ବିଧାନସଭାର ମୌସୁମୀ ଅଧିବେଶନର ଗୃହକାର୍ଯ୍ୟରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ହସ୍ପିଟାଲରୁ ଭିଡିଓ କନଫରେସିଂରେ ବିଧାନସଭା ଗୃହକାର୍ଯ୍ୟରେ ସାମିଲ ହୋଇଛନ୍ତି ବିରୋଧୀ ଦଳ ନେତା । ଏଭଳି ଚିତ୍ର ଖୁବ ବିରଳ ।

ଅଧିବେଶନ ପୂର୍ବରୁ ବାଚସ୍ପତି ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀଙ୍କ ପାଇଁ RT-PCR ପରୀକ୍ଷା ଦେବାକୁ ବାଧ୍ୟତାମୂଳକ କରିଥିଲେ । ଯାହା ଦ୍ୱାରା କେବଳ ନେଗଟିଭି ରିପୋର୍ଟ ଧାରୀ ହିଁ ବିଧାନସଭା ଭିତରକୁ ପ୍ରବେଶ କରି ପାରିବେ । ବାଚସ୍ପତିଙ୍କ ନିର୍ଦ୍ଦେଶକୁ ପାଳନ କରି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବିଜେପି ବିଧାୟକ ଶ୍ରୀ ନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଧିବେଶନରେ ଯୋଗ ଦେଇଥିଲେ। କାରଣ ଏବେବି ତାଙ୍କର ଚିକିତ୍ସା ଚାଲିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି ।
"ମୁଁ ସମ୍ପୂର୍ଣ୍ଣରୂପେ ସୁସ୍ଥ ହୋଇ ନାହିଁ । କିନ୍ତୁ ମୋର ପ୍ରାଥମିକତା ସର୍ବଦା ଲୋକମାନେ ମୋତେ ଦେଇଥିବା ଦାୟିତ୍ୱକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରିବା । ମୁଁ ହସ୍ପିଟାଲରୁ ବିଧାନସଭା ଅଧିବେଶନରେ ଯୋଗଦେବି ଏବଂ ଜନସାଧାରଣଙ୍କ ସମସ୍ତ ପ୍ରସଙ୍ଗରେ ଓଡିଶା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ସେ ପରେ ଟ୍ୱିଟ୍ କରିଛନ୍ତି ଲେଖିଛନ୍ତି।












Click it and Unblock the Notifications