ବିରୋଧୀଙ୍କୁ ନବୀନଙ୍କ ନିଶାନା ପରେ ଜୟନାରାୟଣଙ୍କ ଟାର୍ଗେଟ: କହିଲେ, ମିଛ କହି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଦେଇଥିବା ବିବୃତ୍ତି ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଟ୍ୱିଟ୍ କରି ଜୟନାରାୟଣ କହିଛନ୍ତି...

ଭୁବନେଶ୍ୱର: ବିଧାନସଭାରେ ବିଜେପି-ବିଜେଡି ମୁହାଁମୁହିଁ । ରାଜ୍ୟ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଦେଇଥିବା ବିବୃତ୍ତି ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଟ୍ୱିଟ୍ କରି ଜୟନାରାୟଣ କହିଛନ୍ତି ଯେ, ମିଛକଥା କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।
ସେ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, ଗତକାଲି ରାଜ୍ୟ ସରକାରଙ୍କ ଶ୍ୱେତପତ୍ରରେ ଥିବା ତଥ୍ୟ ଅନୁସାରେ ୨୦୨୧ ତୁଳନାରେ ୨୦୨୨ରେ ଧର୍ତ୍ତବ୍ୟ ଅପରାଧ ହାର ୧୪.୬୫ % ବୃଦ୍ଧି ପାଇଛି । କିଛି ଦିନ ପୂର୍ବରୁ ଗୃହ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ୨୦୨୨ରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ ଦୁଷ୍କର୍ମ କେସ୍ ରୁଜୁ ହୋଇଛି ।
ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ @Naveen_Odisha ଗଣମାଧ୍ୟମରେ ଯେଉଁ ବିବୃତ୍ତି ଦେଇଛନ୍ତି ବୋଧହୁଏ ସେ ଗତକାଲି ନିଜ ଗୃହ ବିଭାଗ ଦ୍ୱାରା ଆଗତ ହୋଇଥିବା ଶ୍ୱେତପତ୍ରକୁ ପଢି ନାହାନ୍ତି । ସେ କେବଳ ମିଛ କଥା କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରିଛନ୍ତି ।
— Jay Narayan Mishra (@jnarayanmishra) March 21, 2023
ଏଥିସହ ୧୯ ପ୍ରତିଶତ ନବଜାତ ଶିଶୁଙ୍କର କମ୍ ଓଜନ ଥିବା ବେଳେ ୩୧% ପୁଷ୍ଟିହୀନତାର ଶିକାର, ୧୮% ଉଚ୍ଚତା କମ୍ ଓ ୬୦%ରୁ ଅଧିକ ଶିଶୁ ଓ ଗର୍ଭବତୀ ରକ୍ତହୀନତାର ଶିକାର, ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶାର ବିଫଳତା, ୨୦୧୬ ଓ ୨୦୧୮ରେ ଆସିଥିବା ୨୮୬ ପ୍ରସ୍ତାବରୁ ୧୦୭ଟି ପ୍ରସ୍ତାବରେ ସହମତି, ବିଦେଶୀ ପୁଞ୍ଜିନିବେଶରେ ଓଡ଼ିଶାକୁ ମାତ୍ର ୦.୦୮ ପ୍ରତିଶତ ଆସିଥିବା କଥା କହିଛନ୍ତି ବିରୋଧୀ ଦଳ ନେତା । ଏହାଛଡା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା କଥା ମଧ୍ୟ ଉଠାଇଛନ୍ତି ଜୟନାରାୟଣ । ସେ କହିଛନ୍ତି ଯେ, ହତ୍ୟାର ୫୩ ଦିନ ପରେ ବି ସତ୍ୟାସତ୍ୟ ଦର୍ଶାଇବାରେ ସରକାର ବିଫଳ ହୋଇଛନ୍ତି ।
କାଲି କଣ କହିଥିଲେ ମୁଖ୍ୟମନ୍ତ୍ରୀ ?
ଗତକାଲି (ମଙ୍ଗଳବାର) ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ସଂକ୍ରାନ୍ତରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ଗୃହରେ ବିବୃତି ରଖିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଆସି ପ୍ରତିକ୍ରିୟା ରଖିଥିଲେ । ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ''ରାଜ୍ୟରେ ଯଦି ଆଇନଶୃଙ୍ଖଳା ଠିକ ନଥାନ୍ତା, ତା'ହେଲେ ପୁଞ୍ଜିନିବେଶ ଆସନ୍ତା ନାହିଁ । ଦେଶରେ ଓଡ଼ିଶାକୁ ସବୁଠାରୁ ଅଧିକ ପୁଞ୍ଜିନିବେଶ ଆସୁଛି। ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ନଥାନ୍ତା, ନିବେଶ ଆସି ନଥାନ୍ତା। ଓଡ଼ିଶାରେ ଆଇନ୍ଶୃଙ୍ଖଳା ପରିସ୍ଥିତି ଠିକ୍ ନଥିବା କହିବା ଓଡ଼ିଶାବାସୀଙ୍କୁ ଅପମାନ କରିବା ସହ ସମାନ। ଯେଉଁମାନେ ଏପରି କହୁଛନ୍ତି, କିଛି ମନେ ରଖିବା ଉଚିତ। 'ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍'ରେ ନିବେଶକମାନେ ଆସି କହୁଛନ୍ତି ଓଡ଼ିଶାବାସୀ ଶାନ୍ତିପ୍ରିୟ। ଯିଏ ବି ଆସୁଛନ୍ତି, ତାଙ୍କର ପ୍ରଥମ ମନ୍ତବ୍ୟ କେତେ ସୁନ୍ଦର ଓ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାର ଲୋକେ ଶାନ୍ତିପ୍ରିୟ ହୋଇଥିବାରୁ ସେମାନଙ୍କ ପାଇଁ ମୁଁ ଗର୍ବିତ।''
ସେହିପରି ନବଦାସ ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଘଟଣାର ତଦନ୍ତକୁ ହାଇକୋର୍ଟର ପୂର୍ବତନ ବିଚାରପତି ତଦାରଖ କରୁଛନ୍ତି । ଏ ବ୍ୟାପାରରେ ବିରୋଧୀ ମିଛ ପ୍ରଚାର କରୁଛନ୍ତି । ଗୋପାଳକୁ ପାଗଳ ଦର୍ଶାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିବା ସଂପୂର୍ଣ୍ଣ ମିଛ । ବିରୋଧୀ ଦଳ ସଂକୀର୍ଣ୍ଣ ରାଜନୀତିକ ଫାଇଦା ନେବାକୁ ଏଭଳି ମିଛ କଥା କହୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ତାଙ୍କ ସରକାର ସର୍ବଦା ନ୍ୟାୟ ସହ ରହିଛନ୍ତି । ନବ ଦାସ ହତ୍ୟା ମାମଲାରେ ତାଙ୍କ ସରକାରର ଦୁଇଟି ଉଦ୍ଦେଶ୍ୟ ରହିଛି । ପ୍ରଥମତଃ ଏହି ହତ୍ୟା ପଛର ସତକୁ ପର୍ଦ୍ଦଫାସ୍ କରିବା ଓ ଦ୍ୱିତୀୟତଃ ଏଥିରେ ସମ୍ପୃକ୍ତ ଲୋକମାନଙ୍କୁ ଦଣ୍ଡକୁ ସୁନିଶ୍ଚିତ କରାଇବା । ସେଥିପାଇଁ ତଦନ୍ତରେ ରାଜ୍ୟ ଓ କେନ୍ଦ୍ରର ସମସ୍ତ ପେଷାଦାର ଏଜେନ୍ସୀକୁ ସାମିଲ ଓ ବୈଜ୍ଞାନିକ ପ୍ରକ୍ରିୟାକୁ ପାଳନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟକୁ ଆସୁଥିବା ପୁଞ୍ଜିନିବେଶର ପରିମାଣ, ଶିଳ୍ପ ଓ କୃଷି ଉତ୍ପାଦନ, ମାଲ ପରିବହନ ସହ ହକି ବିଶ୍ୱକପ୍ ଆୟୋଜନ, ନିର୍ବାଚନ, ରଥଯାତ୍ରା ଓ ପରୀକ୍ଷା ଆଦିର ସଫଳ ଆୟୋଜନରୁ ସ୍ପଷ୍ଟ ହୋଇ ଯାଉଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅବା ଆଇନର ଶାସନ ନଥିଲେ ଏସବୁ ସମ୍ଭବ ପର ହୋଇଥାନ୍ତା କି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications