Get Updates
Get notified of breaking news, exclusive insights, and must-see stories!

ହଟିବ ବାଚସ୍ପତି ସସପେନ୍ସ ! ରେସ୍ ରେ ଅଛନ୍ତି ଏହି ସବୁ ହେଭିୱେଟ୍

ନୂଆଦିଲ୍ଲୀ: ଦେଶରେ 2024 ସାଧାରଣ ନିର୍ବାଚନରେ ବହୁମତ ପାଇଛି ଏନଡିଏ । ବିଜେପି ନେତୃତ୍ୱରେ ପୁଣି ସରକରା ଗଢିଛି ବିଜେପି । ମନ୍ତ୍ରିମଣ୍ଡଳ ଘୋଷଣା ସହ ଲୋକସଭା ସଦସ୍ୟଙ୍କ ଶପଥ ପାଠ ଜାରି ରହିଛି । ଏଥି ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ହେବେ ଅଷ୍ଟାଦଶ ଲୋକସଭାର ବାଚସ୍ପତି ? ଆସନ୍ତାକାଲି(ବୁଧବାର) ବାଚସ୍ପତି ପଦ ଲାଗି ହେବ ନିର୍ବାଚନ । ଏହା ପୂର୍ବରୁ ଆଜି ବାଚସ୍ପତି ପଦ ଲାଗି ନାଁ ଘୋଷଣା କରିବ ଏନଡିଏ । ମଧ୍ୟାହ୍ନ 12 ଟା ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବାର ସମୟ ଧାର୍ଯ୍ୟ ହୋଇଛି ।

Lok Sabha Speaker Election

ବାଚସପ୍ତି ପଦକୁ ନିଜ ପାଖରେ ରଖିବାକୁ ଚାହୁଁଛି ବିଜେପି । ଅନ୍ୟପଟେ ବିଜେପିର ସହଯୋଗୀ ଦଳ ଜେଡିୟୁ ଓ ଟିଡିପି ପକ୍ଷରୁ ମଧ୍ୟ ଏହି ପଦକୁ ନେଇ ଦାବି ଉଠିଥିଲା। ପରବର୍ତ୍ତୀ ସମୟରେ ଜେଡିୟୁ ବିଜେପିର ଯେକୌଣସି ନିଷ୍ପତ୍ତିର ସମର୍ଥନ କରିବ ବୋଲି ଘୋଷଣା କରିଛି।

ବାଚସ୍ପତି ଦୌଡ଼ରେ ଏହି ହେଭିୱେଟ୍

ଏଥି ମଧ୍ୟରେ କିଛି ହେଭିୱେଟଙ୍କ ନାଁ କୁ ନେଇ ଲାଗି ରହିଛି ଚର୍ଚ୍ଚା । ଦଳ ଓମ୍ ବିର୍ଲାଙ୍କୁ ପୁଣିଥରେ ବାଚସ୍ପତି କରିପାରେ ବୋଲି ମଧ୍ୟ କୁହାଯାଉଛି । ତଥାପି ଏହି ରେସ୍ ରେ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂହ ଏବଂ ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଓମ୍ ବିର୍ଲାଙ୍କ ନାଁ ସବୁଠାରୁ ଆଗରେ ଥିବା କୁହାଯାଉଛି ।

ଅପରପକ୍ଷରେ ଇଣ୍ଡିଆ ମେଣ୍ଟ ଏଥର ଉପବାଚସ୍ପତି ପଦ ପାଇଁ ଦାବି କରିପାରେ । ବରିଷ୍ଠ କଂଗ୍ରେସ ନେତା କେ.ସୁରେଶଙ୍କର ନାମ ଏଥିଲାଗି ଚର୍ଚ୍ଚାରେ ରହିଛି । ଯଦି ବିରୋଧୀ ଦଳକୁ ଏହି ପଦ ନମିଳେ ତେବେ ସେମାନେ ବାଚସ୍ପତି ପଦ ଲାଗି ମଧ୍ୟ ନିଜର ପ୍ରାର୍ଥୀ ଦେବେ ବୋଲି କୁହାଯାଉଛି । କିନ୍ତୁ ଉପବାଚସ୍ପତି ପଦ ବିରୋଧୀ ଦଳକୁ ଦେବାର ପରମ୍ପରା ରହିଛି । ତେବେ ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସେ ପର୍ଯ୍ୟନ୍ତ ଭର୍ତୃହରି ମହତାବଙ୍କୁ ଅସ୍ଥାୟୀ ବାଚସ୍ପତି ରୂପେ ନିଯୁକ୍ତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+