Lok Sabha Speaker Election: ଏହା ପୂର୍ବରୁ ତିନି ଥର ହୋଇଛି ବାଚସ୍ପତି ନିର୍ବାଚନ, ଜାଣନ୍ତୁ କଣ ରହିଛି ଇତିହାସ
Lok Sabha Speaker Election: ଅଷ୍ଟାଦଶ ଲୋକସଭା ପାଇଁ ଆଜି ହୋଇଛି । ଏନଡିଏ ପ୍ରାର୍ଥୀ ଓମ୍ ବିର୍ଲା ଦ୍ୱିତୀୟ ଥର ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଇଣ୍ଡିଆ ମେଣ୍ଟ କେ ସୁରେଶଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ବାଚନିକ ଭୋଟରେ ଓମ୍ ବିର୍ଲା ବାଚସ୍ପତି ନିର୍ବାଚିତ ହୋଇଛନ୍ତି ।
ଏଥି ମଧ୍ୟରେ କୌତୁହଳର ବିଷୟ ହେଉଛି, ଦେଶର ଇତିହାସରେ ଏହା ଚତୁର୍ଥ ଲୋକସଭା ବାଚସ୍ପତି ନିର୍ବାଚନ । ୧୯୭୬ ମସିହା ପରେ ଦୀର୍ଘ ବର୍ଷ ପରେ ଏହା ହୋଇଛି ପ୍ରଥମ ବାଚସ୍ପତି ନିର୍ବାଚନ ।

୧୯୫୨ ରେ ପ୍ରଥମ ବାଚସ୍ପତି ନିର୍ବାଚନ
ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ 1952 ମସିହାରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଜି.ଭି ମାଲଭାନକରଙ୍କ ନାମ ପ୍ରସ୍ତାବ ରଖିଥିଲେ । ସେ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଚେହେରା ଥିଲେ ।
ସେ ଗୁଜୁରାଟର ଥିଲେ ଏବଂ ସମ୍ବିଧାନ ସଭାର ମଧ୍ୟ ସଦସ୍ୟ ଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ସତ୍ୟ ନାରାୟଣ ସିହ୍ନା, ଦରଭଙ୍ଗା ସାଂସଦ ଏସ.ଏନ୍ ଦାସ ଏବଂ ଗୁରୁଗାଓଁ ସାଂସଦ ପଣ୍ଡିତ ଠାକୁର ଦାସ ଭାର୍ଗାବ ମାଲଭାନକରଙ୍କ ନାମକୁ ସମର୍ଥନ କରିଥିଲେ ।
କିନ୍ତୁ ଭାରତରେ କମ୍ୟୁନିଷ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ସାଂସଦ ଏ.କେ ଗୋପାଳନ୍ ଏବଂ ଅନ୍ୟ 16 ଜଣ ସାଂସଦ ଶଙ୍କର ଶାନ୍ତାରାମ ମୋରେଙ୍କ ସପକ୍ଷରେ ଏକ ପ୍ରସ୍ତାବ ଆଗତ କରିଥିଲେ । ରିଭଲ୍ୟୁସନାରୀ ସୋଶାଲିଷ୍ଟ ପାର୍ଟି ନେତା ଟି.କେ ଚୌଧୁରୀ, ଟ୍ରେଡ ୟୁନିଅନର ନେତା ତଥା ମାଭେଲିକ୍କରା ସାଂସଦ ଏନଏସ ନାୟାର, ସିପିଆଇ ନେତା ରେଣୁ ଚକ୍ରବର୍ତ୍ତୀଙ୍କ ଏହାକୁ ସମର୍ଥନ ଜଣାଇଥିଲେ ।
କୌତୁହଳର ବିଷୟ, ଏଥର ବିରୋଧୀ ଦଳର ପ୍ରାର୍ଥୀ କେ ସୁରେଶ ମଧ୍ୟ ମାଭେଲିକ୍କାର ସାଂସଦ । ପ୍ରଥମ ଥର ପାଇଁ ବାଚସ୍ପତି ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଉପବାଚସ୍ପତି ପଦ ଦାବି କରିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଉପ ବାଚସ୍ପତି ପଦ ପାଇଁ ବିରୋଧୀଙ୍କ ଦାବି ଥିବାରୁ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି ।
1967ରେ ନୀଲମ ସଞ୍ଜୀବ ରେଡ୍ଡି ବନାମ ଟି ବିଶ୍ୱନାଥମ୍
ପୁଣି ଥରେ ଯେତେବେଳେ ଗୃହରେ ସହମତି ହୋଇପାରିନଥିଲା, ୧୯୬୭ ରେ ବାଚସ୍ପତି ପଦ ପାଇଁ ପୁଣି ଥରେ ନିର୍ବାଚନ ହୋଇଥିଲା । ସେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ । ଗୋବିନ୍ଦ ଦାସ ପ୍ରୋଟେମ୍ ସ୍ପିକର ଥିଲେ । କଂଗ୍ରେସ ପକ୍ଷରୁ ନୀଲମ ସଞ୍ଜୀବ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଥିଲା ଏବଂ ସିପିଆଇ ସମର୍ଥନରେ ସ୍ୱାଧୀନ ସାଂସଦ ଟି ବିଶ୍ୱନାଥମ୍ ପ୍ରାର୍ଥୀ ହୋଇଥିଲେ ।
ସେହି ସମୟରେ ମତଦାନ ଗୁପ୍ତ ଭୋଟ୍ ହେବା ଉଚିତ୍ ବୋଲି ଦାବି କରାଯାଇଥିଲା । ସମସ୍ତ ଆଲୋଚନା ପରେ କାଗଜ ସ୍ଲିପ୍ ମାଧ୍ୟମରେ ଭୋଟ୍ ଦିଆଯାଇଥିଲା । ଗୁପ୍ତ ଭୋଟିଂରେ ନୀଲମ ସଞ୍ଜୀବ ଜିତିଥିଲେ ଏବଂ 278 ଭୋଟରେ ସ୍ପିକର ହୋଇଥିଲେ । ବିଶ୍ୱନାଥମ୍ 207 ଭୋଟ ପାଇଥିଲେ ।
1976 ରେ ତୃତୀୟ ଥର ନିର୍ବାଚନ
ଜରୁରୀକାଳୀନ ପରିସ୍ଥିତି କାରଣରୁ ସଂସଦର ପଞ୍ଚମ ଅଧିବେଶନକୁ ବଢାଯାଇଥିଲା । ଏହି ସମୟରେ କଂଗ୍ରେସ ପକ୍ଷରୁ ବି.ଆର ଭଗତଙ୍କୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରାଯାଇଥିଲା । କିନ୍ତୁ ଭାବନଗର ସାଂସଦ ମେହେଟ୍ଟା ବାଚସ୍ପତି ପଦ ପାଇଁ ଯୋଶୀଙ୍କ ନାମ ପ୍ରସ୍ତାବ ରଖିଥିଲେ ।
ଯୋଶୀ ଜନସଂଘର ସଦସ୍ୟ ଥିଲେ । ତାଙ୍କ ନାମରେ ହାଜିପୁର କଂଗ୍ରେସ ସାଂସଦ ଡି.ଏନ୍ ସିଂ ସମର୍ଥନ କରିଥିଲେ । ଯଦିଓ, ଭଗତ 344 ଭୋଟ୍ ପାଇ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ ଯୋଶୀଙ୍କ ସପକ୍ଷରେ 58 ଟି ଭୋଟ୍ ପଡ଼ିଥିଲା ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications