ଲୋକସଭା ନିର୍ବାଚନ ୨୦୨୪: ଓଡ଼ିଶା ଆସିବେ ସୋଲିଆ ଗାନ୍ଧୀ ଓ ରାହୁଲ
Lok Sabha Elections 2024: ଲୋକସଭା ନିର୍ବାଚନ ୨୦୨୪ । ଏବେ ପ୍ରଚାର ମୈଦାନରେ ପ୍ରଚାର କରୁଛନ୍ତି ସମସ୍ତ ରାଜନୈତିକ ଦଳ । କଂଗ୍ରେସର ଦୁଇ ବରିଷ୍ଠ ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସିବେ । ଏନେଇ କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଆଜି କୋରାପୁଟ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକରେ ସାଂସଦ ସପ୍ତଗିରି ଉଲାକା ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କ ଓଡ଼ିଶା ଗସ୍ତରେ ଆସିବା ନେଇ ସୂଚନା ଦେଇଛନ୍ତି । ସେ ଦେଇଥିବା ସୂଚନା ଅନୁସାରେ, ମେ ପ୍ରଥମ ସପ୍ତାହରେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ମଧ୍ୟ ଓଡ଼ିଶା ଗସ୍ତରେ ଆସିପାରନ୍ତି ।
ରାହୁଲ ଗାନ୍ଧୀ ରାୟଗଡ଼ାରେ ପ୍ରଚାର କରିବା ନେଇ ସୂଚନା ରହିଛି, ସେହିପରି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଗୁଣପୁର, ରାୟଗଡ଼ା, କୋରାପୁଟ ଏବଂ ଜୟପୁରରେ ଏକ ବିଶାଳ ରୋଡ ଶୋ' କରି କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କରିବା ନେଇ ସୂଚନା ରହିଛି ।












Click it and Unblock the Notifications