Get Updates
Get notified of breaking news, exclusive insights, and must-see stories!

ପ୍ରଥମ ପର୍ଯ୍ୟାୟ ଭୋଟ୍; ୩୭ ସାଂସଦ ପ୍ରାର୍ଥୀରୁ ୧୭ କୋଟିପତି, ୭ ଜଣଙ୍କ ନାଁରେ ଅପରାଧିକ ମାମଲା

ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ ADR ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟ । ୪ ସଂସଦୀୟ କ୍ଷେତ୍ରରେ ମୋଟ ୩୭ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ରହିଛି । ସେହିପରି ୩୭ ସାଂସଦ ପ୍ରାର୍ଥୀରୁ ୧୭ କୋଟିପତି, ମାଳବିକା ଦେବୀ ସବୁଠୁ ଧନୀ ।

କଳାହାଣ୍ଡି ଲୋକସଭା ପ୍ରାର୍ଥୀ ମାଳବିକାଙ୍କ ସମ୍ପତ୍ତି ୪୧ କୋଟି ୯୮ ଲକ୍ଷ । ଦଶମ ପାସ୍ କରି ନାହାନ୍ତି ୩ ପ୍ରାର୍ଥୀ, ଜଣେ ସ୍କୁଲ୍ ମାଡ଼ି ନାହାନ୍ତି ।
୭ ଜଣ ଦଶମ, ୫ ଜଣ ଦ୍ୱାଦଶ, ୧୦ ସ୍ନାତକ ଓ ୨ ଡକ୍ଟରେଟ୍ ପାସ୍। ପ୍ରଥମ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀରୁ ୧୯ ପ୍ରତିଶତ ଅର୍ଥାତ ୭ ମହିଳା ।

Lok Sabha Elections

କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ୧୧ଜଣ, ନବରଙ୍ଗପୁରରୁ ୪ଜଣ, ବ୍ରହ୍ମପୁରରୁ ୧୧ଜଣ ଓ କୋରାପୁଟରୁ ୧୧ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କୋରାପୁଟରେ ସର୍ବାଧିକ ୪ଜଣ ମହିଳା, ବ୍ରହ୍ମପୁରରେ ଜଣେ ଓ କଳାହାଣ୍ଡିରେ ୨ଜଣ ମହିଳା ପ୍ରାର୍ଥୀ ରହିଥିବା ଜଣାପଡ଼ିଛି ।

୨୮ଟି ବିଧାନସଭା ମଣ୍ଡଳୀ ପାଇଁ ମୋଟ ୨୬୬ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ପ୍ରାଥୀପତ୍ର ଖାରଜ ହେବାପରେ ୨୫୬ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ବୈଧ ରହିଛି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୮ଜଣ ପ୍ରାର୍ଥୀ ବ୍ରହ୍ମପୁର ବିଧାନସଭା ଆସନରେ ରହିଛନ୍ତି । ସେହିଭଳି ଝରିଗାଁ, ନବରଙ୍ଗପୁର ଓ ଡାବୁଗାଁରେ ସର୍ବନିମ୍ନ ୩ଜଣ ଲେଖାଏଁ ପ୍ରାର୍ଥୀ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+