ଓଡ଼ିଶାରେ ୨ ହେଭିୱେଟ୍ ନେତା: ପ୍ରଚାର ମୈଦାନରେ ରାହୁଲ ଓ ନଡ୍ଡା
Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦେଶରେ ରାଜନୈତୀକ ମାହୋଲ ସରଗରମ । ଆସନ୍ତା କାଲି ଅର୍ଥାତ ରବିବାର ଓଡ଼ିଶାରେ ୨ ହେଭିୱେଟ୍ ନେତା ନିର୍ବାଚନୀ ମୈଇଦାନକୁ ଓହ୍ଲାଇବେ ।

ନବରଙ୍ଗପୁର ଓ ବ୍ରହ୍ମପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ଜେ.ପି ନଡ୍ଡା । ସେହିପରି କଂଗ୍ରେସ ପାଇଁ ସାଲେପୁରରେ ପ୍ରଚାର କରିବେ ରାହୁଲ ଗାନ୍ଧୀ । ନଡ୍ଡାଙ୍କ ପୂର୍ବରୁ ଅମିତ ଶାହ ଓଡ଼ିଶାରେ ମାରାଥନ ପ୍ରଚାର କରିଥିଲେ । ଏହି ସମୟରେ ଶାହ ରାଜ୍ୟବାସୀଙ୍କୁ ୫ ବର୍ଷର ସମୟ ମାଗିଥିଲେ ।
୨ ଲୋକସଭା ଆସନ ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନ ପାଇଁ ଆସନ୍ତାକାଲି ପ୍ରଚାର କରିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଏକ ଜନସଭାକୁ ସମ୍ବୋଧନ କରିବେ ନଡ୍ଡା ଏହା ପରେ ନବରଙ୍ଗପୁରରେ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ସେହିପରି ଏପ୍ରିଲ୍ ୨୮ ତାରିଖରେ ସାଲେପୁରରେ ନିର୍ବାଚନୀ ରାଲିରେ ଯୋଗ ଦେବେ ରାହୁଲ ଗାନ୍ଧୀ । ଏହା ସହ ଏକ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ରାହୁଲ । ଏହି ସଭାରେ କଟକ, କେନ୍ଦ୍ରପଡା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନ ମଣ୍ତଳୀର କର୍ମକାର୍ତ୍ତା ଯୋଗ ଦେବା ନେଇ ସୂଚନା ରହିଛି ।












Click it and Unblock the Notifications