Get Updates
Get notified of breaking news, exclusive insights, and must-see stories!

Elections 2024: କିଏ ଜିତିବ ବାଲେଶ୍ୱର ଗଡ଼ ? କାହା ସପକ୍ଷରେ ରହିଛି ଜନମତ

Elections 2024: ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ବାଲେଶ୍ୱର ଲୋକସଭା ଆସନ । ଚଳିତ ନିର୍ବାଚନରେ ମଧ୍ୟ ଏହି ଆସନ ଉପରେ ରହିଛି ରାଜନୈତିକ ସମୀକ୍ଷକଙ୍କ ନଜର । ଏହି ଆସନରେ ତ୍ରିମୁଖୀ ଲଢେଇ ହେବା ନେଇ ଆକଳନ କରାଯାଉଥିବା ବେଳେ କିଏ ପିନ୍ଧିବ ବିଜୟ ମୁକୁଟ ତାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ବଢୁଛି ।

Balasore lok sabha election

ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଦେଇ ସାରିବା ପରେ ଜୋରଦାର ହୋଇଯାଇଛି ପ୍ରଚାର ପ୍ରସାର । ବିଜେଡି ବାଲେଶ୍ୱରରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକଟ୍‌‌ ଦେଇଛି । ସାମ୍ନାରେ ଅଛନ୍ତି ଦୁଇ ଜଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ବିଜେପି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ରିପିଟ୍ କରିଥିବା ବେଳେ କଂଗ୍ରେସ ଏହାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ମୈଦାନକୁ ଛାଡ଼ିଛି । ଏହା ପରେ ତିନି ହେଭିୱେଟଙ୍କ ମଧ୍ୟରେ ଲଢେଇ ଜୋରଦାର ହେବା ନେଇ ଆଶା କରାଯାଉଛି ।

ବାଲେଶ୍ୱର ଭଳି ହାଇପ୍ରୋଫାଇଲ୍‌‌ ଲୋକସଭା ଆସନରେ ବିଗତ ତିନି ଗୋଟି ସାଧାରଣ ନିର୍ବାଚନରେ ଭିନ୍ନ ଭିନ୍ନ ରାଜନୈତିକ ଦଳରୁ ପ୍ରତିନିଧିଙ୍କୁ ଅଞ୍ଚଳବାସୀ ନିର୍ବାଚିତ କରି ସଂସଦକୁ ପଠାଇ ଆସୁଛନ୍ତି । ଚଳିତ ନିର୍ବାଚନରେ ମଧ୍ୟ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ବର୍ତ୍ତମାନର ସାସଂଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେପି ଆସନରୁ ଲଢି 2019 ନିର୍ବାଚନରେ ଦିଲ୍ଲୀ ଯାଇଥିଲେ । ସେ କଡ଼ା ଟକ୍କର ଦେଇ ବିଜେଡିର ରବୀନ୍ଦ୍ର କୁମାର ଜେନାଙ୍କୁ ପରାସ୍ତ କରିଥିଲେ । ପ୍ରତାପ 4 ଲକ୍ଷ 83 ହଜାର 858 ଖଣ୍ଡ ଭୋଟ୍ ପାଇଥିଲେ । ସେହିପରି ବିଜେଡ଼ି ପ୍ରାର୍ଥୀ ରବୀନ୍ଦ୍ରଙ୍କ ପକ୍ଷରେ 4 ଲକ୍ଷ 70 ହଜାର 902 ଖଣ୍ଡ ଭୋଟ୍ ପଡ଼ିଥିଲା । ମାତ୍ର 12 ହଜାର ଭୋଟରେ ପଛରେ ପଡ଼ିଯାଇଥିଲ ରବୀନ୍ଦ୍ର । କଂଗ୍ରେସ ଟିକେଟ୍ ରୁ ଲଢିଥିବା ନବଜ୍ୟୋତି ପଟ୍ଟନାୟକ 1 ଲକ୍ଷ 79 ହଜାର 403 ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

ନିର୍ବାଚନ ପରେ ପ୍ରତାପ ମନ୍ତ୍ରୀ ପଦ ପାଇଥିଲେ । କିନ୍ତୁ ପ୍ରତାପଙ୍କୁ ପରବର୍ତ୍ତୀ ସମୟରେ ମନ୍ତ୍ରୀ ପଦରୁ ବାଦ୍ ପଡ଼ିଥିଲେ । ଏହା ପରେ ଷଡ଼ଙ୍ଗୀଙ୍କ ରିପୋର୍ଟ କାର୍ଡ ଉପରେ ପ୍ରତ୍ୟେକ୍ଷ ପ୍ରଭାବ ପକାଇବା ସହିତ ତାଙ୍କ କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ତେବେ ଏଥର ପ୍ରତାପଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି ।

କିନ୍ତୁ, ଚଳିତ ନିର୍ବାଚନରେ ବାଲେଶ୍ୱରରେ ଦେଖିବାକୁ ମିଳିଛି ରୋଚକ ରାଜନୀତି । ବିଜେଡ଼ିରୁ ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀ ବିଜେପିରେ ଥିଲେ । ଏହା ପରେ ବାଲେଶ୍ୱରବାସୀ ତାଙ୍କୁ କେତେ ଦୂର ଭରସା କରିବେ ତାହା ମଧ୍ୟ ଏକ ପ୍ରଶ୍ନ । କିନ୍ତୁ ଗତ ନିର୍ବାଚନରେ ବିଜେଡ଼ିକୁ ଭଲ ଭୋଟ୍ ମିଳିଥିଲା । ଏମିତିକି ଏହି ଲୋକସଭା ଆସନ ଅଧୀନରେ ଥିବା 7 ବିଧାସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ 2 ଟି ବିଜେପି ହାତରେ ଥିବା ବେଳେ ଅନ୍ୟ 4 ଟିରେ ବିଜେଡ଼ି ବିଜୟୀ ହୋଇଥିଲା । ବିଜେଡ଼ିର ଏହି ଭୋଟ୍ ବଜାୟ ରହିଲେ ଲେଖାଶ୍ରୀଙ୍କୁ ନିର୍ବାଚନୀ ବୈତରଣୀ ପାର୍ ହେବାରେ ସହଜ ହୋଇପାରେ ବୋଲି ଆକଳନ କରାଯାଉଛି ।

ଅପରପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିବା ଦୁଇ ହେଭିୱେଟ୍ ପ୍ରତାପ ଓ ଶ୍ରୀକାନ୍ତଙ୍କ ମଧ୍ୟ ବାଲେଶ୍ୱର ଲୋକସଭା ଭୋଟ୍ ପ୍ରତିଶତରେ ଭଲ ଦବଦବା ରହିଛି । ନିଜ ନିଜର ସଙ୍ଗଠନ ଥିବା ସହ ଭଲ ଭୋଟ୍ ବ୍ୟାଙ୍କ ରହିଛି । ଏହି ଭୋଟ୍ କାଏମ୍ ରଖି ଦୁଇ ନେତା ବାଲେଶ୍ୱର ରାଜନୀତିକୁ ବେଶ୍ ରୋଚକ କରୁଥିବା ଦେଖିବାକୁ ମିଳୁଛି ।

ତେବେ ପୂର୍ବାପେକ୍ଷା କଂଗ୍ରେସର ଭୋଟବ୍ୟାଙ୍କ୍ ଖସି ଖସି ଚାଲିଥିବା ବେଳେ ଶ୍ରୀକାନ୍ତଙ୍କୁ ପୁରୁଣା ସଙ୍ଗଠନ ସଜାଡ଼ି ନିର୍ବାଚନୀ ରଣକ୍ଷେତ୍ରକୁ ସଜାଡ଼ିବା କଷ୍ଟକର ହୋଇପାରେ । ଏହାସହ ଗତ 5 ବର୍ଷର ରିପୋରଟ କାର୍ଡନେଇ ଭୋଟ୍ ମାଗୁଥିବା ପ୍ରତାପ ବାଲେଶ୍ୱରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିରୁ କେତେଟା ପୂରଣ କରିଛନ୍ତି, ତାହା ତାଙ୍କ ରାଜନୈତିକ ଭବିଷ୍ୟତକୁ ନିର୍ଦ୍ଧାରଣ କରିବ । ତେବେ ନିର୍ବାଚନୀ ମଇଦାନରେ ତ୍ରିକୋଣୀୟ ଲଢ଼େଇ ମଧ୍ୟରେ କାହା ଉପରେ ବାଲେଶ୍ୱରବାସୀ ଭୋଟ୍ ଅଜାଡ଼ିବେ ତାହା ଜୁନ୍ 4 ରେ ସ୍ପଷ୍ଟ ହୋଇଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+