ରାଏବରେଲୀରୁ ଲଢିବେ ପ୍ରିୟଙ୍କା, ଆମେଠୀ ଓ କେରଳର ୱାଇନାଡୁ ଆସନରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ
Lok Sabha Elections 2024: କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ୨ଟି ଆସନରୁ ନିର୍ବାଚନ ଲଢିବେ, ସେ ଉତ୍ତର ପ୍ରଦେଶର ଆମେଠୀ ଓ କେରଳର ୱାଇନାଡୁ ଆସନରୁ ନିର୍ବାଚନ ଲଢିବେ । ସେହିପରି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏଥର ରାଏବରେଲୀ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏନେଇ କଂଗ୍ରେସ ପକ୍ଷରୁ ବର୍ତ୍ତମାନ କୌଣସି ସୂଚନା ଦିଆଯାଇ ନାହିଁ ହେଲେ ସୂତ୍ର ସୂଚନା ଆଧାରରେ ଏପରି ଖବର ପ୍ରକାଶ ପାଇଛି ।

ଏହାପୂର୍ବରୁ ସୋନିଆ ଗାନ୍ଧୀ କଂଗ୍ରେସର ପାରମ୍ପାରିକ ରାଏବରେଲୀ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏଥର ତାଙ୍କ ଅନୁପସ୍ଥିତିରେ ପ୍ରିୟଙ୍କା ଗାନ୍ଧୀ ଏହି ଆସନରୁ ନିର୍ବାଚନ ଲଢିବା ପାରନ୍ତି ବୋଲି ଦାବି କରାଯାଉଛି ।
ଏନଡିଟିଭି ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳର ଉତ୍ତରପ୍ରଦେଶର ଗଡ଼ ରାଏବରେଲୀରୁ ନିର୍ବାଚନ ଲଢିପାରନ୍ତି । ଅନ୍ୟପକ୍ଷେରେ ଆମେଠୀରୁ ବିଜେପି ପୁଣି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିବା ନେଇଁ ଘୋଷଣା କରିଛି । ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ ଆମେଠୀ ଆସନିରୁ ପରାଜିତ ହୋଇଥିଲେ । ରାଏବରେଲି ଆସନକୁ କଂଗ୍ରେସର ଗଡ଼ କୁହାଯାଏ । ଏହି ଆସନକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତିନିଥର ଜିତିଥିବା ବେଳେ ସୋନିଆ ଗାନ୍ଧୀ ଅନେକ ଥର ଏହି ଆସନରୁ ବିଜୟ ଲାଭ କରିଛନ୍ତି ।












Click it and Unblock the Notifications