ଲୋକସଭା ନିର୍ବାଚନ ୨୦୨୪: ନାମାଙ୍କନ ଭରିଲେ ପ୍ରଦୀପ ମାଝୀ ଓ ତାରା ବାହିନୀପତି
ନାମାଙ୍କନ ଭରିଲେ ପ୍ରଦୀପ ମାଝୀ ଓ ତାରା ବାହିନୀପତି । ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ବିନା ଶୋଭାଯାତ୍ରାରେ ଅଳ୍ପ କିଛି ଜଣ ସମର୍ଥକଙ୍କୁ ସାଙ୍ଗରେ ଧରି ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିର୍ବାଚନରେ ବହୁ ଭୋଟରେ ସାଂସଦ ଭାବେ ନିଜେ ବିଜୟୀ ହେବା ସହିତ ସମସ୍ତ ବିଧାୟକ ପ୍ରାର୍ଥୀ ମଧ୍ୟ ବିଜୟୀ ହେବେ ବୋଲି ପ୍ରଦୀପ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସେହିପରି ଜୟପୁରରେ ମଧ୍ୟ କଂଗ୍ରେସର ତାରା ପ୍ରସାଦ ବାହିନୀପତି ପୁଣିଥରେ ଗଡ ବଜାୟ ରଖିବାକୁ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରୟାସ । ଆଜି ବିଶାଳ ସମାବେଶରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।












Click it and Unblock the Notifications