ବିଜେପିରେ ଯୋଗଦେଲେ ସାଂସଦ ଅନୁଭବ; ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଧରିଲେ ପଦ୍ମ
ବିଜେପିରେ ଯୋଗଦେଲେ ସାଂସଦ ଅନୁଭବ ମହାନ୍ତି । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ଅନୁଭବ । ୨ ଦିନ ତଳେ ବିଜେଡି ଛାଡ଼ିଥିଲେ ସିନେ ଷ୍ଟାର ଅନୁଭବ ।
ଅରିନ୍ଦମ, ସିଦ୍ଧାନ୍ତ, ଆକାଶଙ୍କ ପରେ ବିଜେପିରେ ମିଶିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ସେ ପ୍ରଥମେ ରାଜ୍ୟସଭା ସାଂସଦ ହୋଇଥିଲେ। ପରେ ୨୦୧୯ ମସିହାରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇ ସାଂସଦ ହୋଇଥିଲେ।
ଅନୁଭବ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଏହା ଆଜି ସ୍ପଷ୍ଟ ହୋଇଛି। ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ହୋଲି ପାର୍ଟିରେ ଅନୁଭବଙ୍କୁ ଦେଖିବାକୁ ମିଳିଥିଲା। ତା'ପରଠୁ ଅନୁଭବ ବିଜେଡି ଛାଡ଼ୁଥିବା ଚର୍ଚ୍ଚା ଜୋର ଧରିଥିଲା।

ସୂଚନାଥାଉ ଯେ, ୨୦୧୪ ମସିହାରେ ଅନୁଭବ ମହାନ୍ତି ବିଜେଡି ଦଳରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ । ପରେ ୨୦୧୯ ମସିହାରେ ସେ କେନ୍ଦ୍ରାପଡାରୁ ସାଂସଦ ଭାବେ ବିଜୟ ହୋଇ ଲୋକସଭାକୁ ଯାଇଥିଲେ । ବିଜେପିକ ବରିଷ୍ଠ ନେତା ବୈଜୟନ୍ତ ପଣ୍ତାଙ୍କ ବିପକ୍ଷରେ ଅନୁଭବଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି ।
ବୈଜୟନ୍ତଙ୍କୁ ୧.୫୩ ଲକ୍ଷ ଭୋଟରେ ପରାସ୍ତ କରି କେନ୍ଦ୍ରପଡା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ହେଲେ ଏଥର ବିଜେପି କେନ୍ଦ୍ରପଡାରୁ ବୈଜୟନ୍ତ ପଣ୍ତାଙ୍କୁ ଲୋକସଭା ପ୍ରାର୍ଥୀ କରିଥିବା ବେଳେ ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ହେଇଛି ଯେ ଦଳ ଅନୁଭବଙ୍କୁ କେଉଁ ଦାୟିତ୍ୱ ଦେବ ।
ଏହାପୂର୍ବରୁ ବିଧାୟକ ପ୍ରିୟଦର୍ଶି ମିଶ୍ର ଏବଂ ଆଶାଶ ଦାସ ନାୟକ ମଧ୍ୟ ବିଜେଡିରୁ ଇସ୍ତାଫା ଦେଇ ବିଦେପିରେ ଯୋଗ ଦେଇଥିଲେ । ଉଭୟଙ୍କୁ ପାଟିରେ ଅର୍ଥାତ୍ ବିଜେଡିରେ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଥିଲା । ତେବେ ଦଳର ବଡ଼ ବଡ଼ ଚେହେରା ଲୋକସଭା ନିର୍ବାଚନ ପୂର୍ବରୁ ଏପରି ଦଳ ଛାଡିବାକୁ ନେଇ ସରଗରମ ହୋଇଛି ରାଜନୈତୀକ ମାହୋଲ ।
ଅଭିନେତା ଆକାଶ ଦାସ ଏବଂ ପ୍ରିୟଦର୍ଶୀ ମିଶ୍ର ଟିକେଟ୍ ଆଶାରେ ଥିରେ ହେଲେ ଯେତେବେଳେ ଉଭୟଙ୍କୁ ବିଜେଡି ପକ୍ଷରୁ ଟିକେଟ୍ ମିଳିନଥିଲା । ଯାହା ପରେ ଉଭୟ ପାର୍ଟି ଛାଡିବାର ନିଷ୍ପତ୍ତି ନେଇଥିଲେ । ୨୦୧୪ ମସିହାରେ ଆକାଶ ଦାସ କୋରେଇ ଆସନରୁ ବିଜୟା ହୋଇ ବିଧାକକ ହୋଇଥିଲେ । ହେଲେ ୨୦୧୯ରେ ତାଙ୍କୁ ଦଳ ଟିକେଟ୍ ଦେଇ ନଥିଲା ।












Click it and Unblock the Notifications