ଲୋକସଭା ନିର୍ବାଚନ ୨୦୨୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଗ୍ ଫାଇଟ୍, ଅପରାଜିତା -ମନ୍ମଥ-ଯାସିର

Lok Sabha Elections 2024: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ବିଗ୍ ଫାଇଟ୍ । ବିଜେପିରୁ ଅପରାଜିତା ଷଡ଼ଙ୍ଗୀ, ବିଜେଡିରୁ ମନ୍ମଥ ରାଉତରାୟ ଏବଂ କଂଗ୍ରେସରୁ ୟାସିର ନୱାଜ ପ୍ରାର୍ଥୀ ହୋଇଛନ୍ତି । ଦୁଇ ଯୁବ ନେତାଙ୍କ ସହ ଅପରାଜିତାଙ୍କ ମଧ୍ୟରେ ହେବ ଲଢ଼େଇ ।

୨୦୧୯ ରେ ଅପରାଜିତା ଷଡ଼ଙ୍ଗୀ ବିଜେଡିକୁ ମାତ ଦେଇଥିଲେ। ଆଉ ବିଜେପି ପ୍ରଥମ ଥର ପାଇଁ ଭୁବନେଶ୍ବର ସାଂସଦ ଆସନ ଜିତିଥିଲା।
୨୦୧୯ର ଭୁଲ୍‌କୁ ସୁଧାରି ବିଜେଡି ଆଗୁଆ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି। ପ୍ରାର୍ଥୀ ଘୋଷଣାର ୬ମାସ ପୂର୍ବରୁ ଅଘୋଷିତ ଭାବେ ଶ୍ରୀମୟୀ ମିଶ୍ରଙ୍କୁ ନେଇ ଦଳୀୟ ପ୍ରଚାର ପ୍ରସାର ଚାଲିଥିଲା। ଏପରିକି ବଡ଼ ଶୋଭାଯାତ୍ରାରେ ମଧ୍ୟ ସେ ସାମିଲ ହୋଇ ବିପକ୍ଷ ନେତାଙ୍କୁ ପ୍ରତ୍ୟୁତ୍ତର ଦେଉଥିଲେ। ତେବେ ଦଳ ପୁଣି ନୂଆ ଚେହେରା କାଢିଛି।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନପୁଅ ମନ୍ମଥ ବିଜେଡିରେ ଯୋଗଦେବାର କେଇ ଘଣ୍ଟା ପରେ ଦଳ ତାଙ୍କୁ ଭୁବନେଶ୍ବର ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହା ପରଠାରୁ ଶ୍ରୀମୟୀ କୁଆଡ଼େ ଗାଏବ ହୋଇଯାଇଥିବା ବେଳେ ଦଳ ଏବେ ତାଙ୍କୁ ନିର୍ବାଚନୀ ଇସ୍ତାହାର ସଦସ୍ୟ କରିଛି।

Lok Sabha Elections 2024

କଂଗ୍ରେସ ଭୋଟକୁ ଚେକ୍‌ ଦେବା ପାଇଁ ବିଜେଡି ମନ୍ମଥଙ୍କୁ ଅସ୍ତ୍ର କରିଥିବା ବେଳେ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ଦେଇ ନ ଥିବା କଂଗ୍ରେସ ଏଥର ଯୁବନେତା ୟାସିରଙ୍କ ଉପରେ ଭରସା କରିଛି। ତେଣୁ ଏଥର ଭୁବନେଶ୍ବର ଲୋକ ସଭା ନିର୍ବାଚନ ରୋଚକପୂର୍ଣ୍ଣ ହେବ।

ବିଜେପି ଅପରାଜିତାଙ୍କୁ ପୁଣି ପ୍ରାର୍ଥୀ କରି ଭୁବନେଶ୍ୱର ଲୋକ ସଭା ଆସନ ଅକ୍ତିଆର କରିବାକୁ ଚାହୁଁଛି। ସେପଟେ ତାଙ୍କୁ ଟକ୍କର ଦେବା ପାଇଁ ମନ୍ମଥ ମଇଦାନକୁ ଓହ୍ଲାଇଛନ୍ତି । କିନ୍ତୁ ସେ ରାଜନୀତିରେ ନୂଆ । ଗତ କିଛିବର୍ଷ ହେବ ସେ ଜଟଣୀ ନାଗରିକ କମିଟି ସଭାପତି ଭାବେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଥିଲେ। ଅପରାଜିତାଙ୍କୁ ସେ କଡ୍ଡା ଟକ୍କର ଦେବେ ବୋଲି ଦଳ କହୁଥିବା ବେଳେ ତାଙ୍କୁ ନେଇ କର୍ମୀ, ନେତା ଉତ୍ସାହିତ ଅଛନ୍ତି । ଭୁବନେଶ୍ବରରେ କେତେବେଳେ ପାର୍କ ତ ଆଉ କେତେବେଳେ ବ୍ୟାୟାମାଶାଳାରେ କସରତ କରୁଥିବା ଦେଖିବାକୁ ମିଳୁଛି । ଧାର୍ମିକ ଅନୁଷ୍ଠାନ ବୁଲି ଦର୍ଶନ ସହ ଲୋକଙ୍କ ସହ ଯୋଡି ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପଟେ ଅପରାଜିତା ତାଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି ।

ଭୁବନେଶ୍ବରର ଓ୍ବାର୍ଡକୁ ୱାର୍ଡ ବୁଲି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି ଓ ଗତ ନିର୍ବାଚନରେ ପ୍ରାର୍ଥୀ ଦେଇ ନ ଥିବା କଂଗ୍ରେସ ଯୁବ ନେତା ୟାସିର ନୱାଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗ ଉପରେ ସେ ରାଜଧାନୀରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କୁ ନେଇ ସ୍ବର ଉତ୍ତୋଳନ କରି ଆସିଛନ୍ତି। ପ୍ରାର୍ଥୀ ଘୋଷଣା ପରେ ମନ୍ମଥ ଓ ଅପରାଜିତାଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ସେମାନେ ସରକାରୀ ଚାକିରି ଛାଡ଼ି ଆସିଛନ୍ତି। କିନ୍ତୁ ସେ ଛାତ୍ର ନେତା। ଛାତ୍ର ଜୀବନରୁ ଲଢି ଆସିଛି। ସେହିପରି ମନ୍ମଥ କୁହନ୍ତି, ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ନବୀନ ସରକାରଙ୍କ ଲୋକପ୍ରିୟତା, ଜନକଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ରାଜ୍ୟ ପ୍ରଗତି ପଥରେ ଆଗେଇ ଚାଲିଛି। ବିଜେଡି ଏକ ପ୍ରଗତିଶୀଳ ଦଳ। ବିପୁଳ ଭୋଟ୍‌ ବ୍ୟବଧାନରେ ସେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ମନ୍ମଥ। ଅପରପକ୍ଷେ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ଯୋଜନା, ବିକଶିତ ଭାରତ ଗଠନ ପାଇଁ ଲୋକେ ଭାଜପାକୁ ଚାହଁୁଛନ୍ତି ଏବଂ ଗତ ନିର୍ବାଚନ ପରି ଚଳିତ ନିର୍ବାଚନରେ ତାଙ୍କୁ ବହୁମତ ମିଳିବ ବୋଲି କହୁଛନ୍ତି।

ଭୁବନେଶ୍ବରରେ ଭାଜପା-ବିଜେଡି ଭିତରେ ଲଢେଇ ଦେଖିବାକୁ ମିଳିଥିଲା । ଅପରାଜିତାଙ୍କୁ କଡା ଟକ୍କର ଦେଇଥିଲେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ। ତେବେ ନିର୍ବାଚନର ଫଳାଫଳ ଭାଜପା ପକ୍ଷରେ ଯାଇଥିଲା। ହେଲେ ସେତେବେଳେ ଭୁବନେଶ୍ବର ଲୋକ ସଭା କ୍ଷେତ୍ରରୁ ପ୍ରାର୍ଥୀ ଦେଇ ନ ଥିଲା ବିରୋଧୀ କଂଗ୍ରେସ। ସିପିଏମ୍‌ର ଜନାର୍ଦ୍ଦନ ପତିଙ୍କୁ କଂଗ୍ରେସ ସମର୍ଥନ କରିଥିଲା। ଚଳିତ ଥର ୟାସିର ପ୍ରାର୍ଥୀ ହୋଇଥିବାରୁ ଲଢ଼େଇ ତ୍ରିମୁଖୀ ହେବ ବୋଲି ସମୀକ୍ଷକମାନେ ମତ ଦେଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗକୁ କଣ ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+