Lok Sabha Elections: ବାରଣାସୀରେ 84% ରୁ ଅଧିକ ହିନ୍ଦୁ ଭୋଟର ! ମୋଦୀଙ୍କ ଆସନରେ କିପରି ରହିଛି ସମୀକରଣ ?
Lok Sabha Elections: ସାରା ଦେଶରେ ନିର୍ବାଚନୀ ମାହୋଲ । ନେତା ଓ କର୍ମୀ ପ୍ରଚାରରେ ବ୍ୟସ୍ତ । ନିଜ ନିଜ ଆସନ ହାତେଇବାକୁ ଜୋରଦାର ପ୍ରୟାସ କରୁଛନ୍ତି ସମସ୍ତ ପ୍ରାର୍ଥୀ । ଏଥି ମଧ୍ୟରେ ଦେଶବାସୀଙ୍କ ନଜର ରହିଛି ବାରଣାସୀ ଉପରେ । ଏହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ନିର୍ବାଚନ ଲଢୁଛନ୍ତି । 2014 ତୁଳନାରେ 2019 ରେ ତାଙ୍କର ଭୋଟ୍ ପ୍ରତିଶତ ଜବରଦସ୍ତ ବୃଦ୍ଧି ହୋଇଥିଲା । ଏଥର କଣ ରହିବ ସମୀକରଣ । ଏହା ଉପରେ ରହିଛି ସମସ୍ତଙ୍କ ନଜର ।

କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଥର ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 10 ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବାରାଣାସୀ ଲୋକସଭା ଆସନରେ ଜିତିବାକୁ ଲକ୍ଷ୍ୟ ରଖିଛି । ଏହି ଟାର୍ଗେଟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ବିଜେପି ପାଇଁ 370 ଟି ଏବଂ ଏନଡିଏ ପାଇଁ 400 ଟି ସିଟ୍ ଧାର୍ଯ୍ୟ କରିଛନ୍ତି ।
ବଢୁଛି ବିଜେପି ବଳ !
ଏଭଳି ପରିସ୍ଥିତିରେ ବାରାଣାସୀ ଲୋକସଭା ଆସନର ଜାତି ଏବଂ ଧାର୍ମିକ ସମୀକରଣକୁ ବୁଝିବା ଏବଂ ପୂର୍ବ ନିର୍ବାଚନର ଟ୍ରାକ୍ ରେକର୍ଡକୁ ମଧ୍ୟ ଦେଖିବା ଜରୁରୀ ଅଟେ । 2004 ମସିହାରୁ ବାରାଣାସୀରେ ବିଜେପି କ୍ରମାଗତ ଭାବେ ଜିତି ଆସୁଛି । ପ୍ରତ୍ୟେକ ନିର୍ବାଚନରେ ଏହାର ପ୍ରଦର୍ଶନରେ ଉନ୍ନତି ଆସୁଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ମଧ୍ୟ 1977 ରେ ପ୍ରତିନିଧିତ୍ୱ କରିଥିଲେ, କିନ୍ତୁ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ଅଢେଇ ଦଶନ୍ଧି ସମୟ ଲାଗିଥିଲା ।
କଣ କହୁଛି ଟ୍ରାକ୍ ରେକର୍ଡ ?
2014 ରେ ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀରେ 5,81,022 ଭୋଟ୍ (56.37%) ପାଇଥିଲେ । ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିଲେ, ଯିଏକି ମାତ୍ର 2,09,238 (20.30%) ଭୋଟ୍ ପାଇଥିଲେ । 2019 ରେ ପ୍ରଧାନମନ୍ତ୍ରୀ ମୋଦୀ 6,74,664 (63.6%) ଭୋଟ୍ ପାଇଛନ୍ତି ଏବଂ ସମାଜବାଦୀ ପାର୍ଟିର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶାଲିନୀ ଯାଦବ 1,95,159 (18.4%) ପାଇଛନ୍ତି ।
ମୋଦୀଙ୍କ ବିରୋଧରେ କିଏ ?
ୟୁପିରେ ଥିବା 11 ଟି ଲୋକସଭା ଆସନ ମଧ୍ୟରୁ ବାରାଣାସୀରେ ସମାଜବାଦୀ ପାର୍ଟି କିମ୍ବା ବହୁଜନ ସମାଜବାଦୀ ପାର୍ଟି ଗୋଟିଏ ବି ନିର୍ବାଚନରେ ଜିତିବାରେ ସକ୍ଷମ ହୋଇନାହାଁନ୍ତି । ଏଥର କଂଗ୍ରେସ ପାର୍ଟି ପକ୍ଷରୁ ଦଳର ରାଜ୍ୟ ସଭାପତି ଅଜୟ ରାୟ ପ୍ରାର୍ଥୀ ହୋଇଛନ୍ତି । ବିଏସପି ଅତହର ଜମାଲ ଲାରୀଙ୍କୁ ଟିକେଟ ଦେଇଛି ।
ଏହି ଲୋକସବା ନିର୍ବାଚନ ମଣ୍ଡଳୀରେ 13% ଅନୁସୂଚିତ ଜାତି ଭୋଟର ଅଛନ୍ତି । ମୁସଲମାନମାନଙ୍କର ଜନସଂଖ୍ୟା 15% ରୁ କମ୍ । ଏହି ଆସନରେ ପ୍ରାୟ 19.62 ଲକ୍ଷ ଭୋଟର ଅଛନ୍ତି । ବାରାଣାସୀ ଲୋକସଭାରେ 5 ଟି ବିଧାନସଭା ଆସନ ଅଛି, ସେଥିମଧ୍ୟରୁ 2022 ମସିହାରେ ରୋହାନିଆରେ ବିଜେପିର ସହଯୋଗୀ ଆପ୍ନା (ସୋନେଲାଲ) ଜିତିଥିଲେ । ବାକିମାନେ ବାରାଣାସୀ ଉତ୍ତର, ବାରାଣାସୀ ଦକ୍ଷିଣ, ବାରାଣାସୀ କ୍ୟାଣ୍ଟ ଏବଂ ସେବାପୁରୀ ବିଜେପି ଖାତାକୁ ଯାଇଥିଲା ।
କଣ ରହିଛି ଜାତି ସମୀକରଣ ?
ଜାତି ସମୀକରଣ ବିଷୟରେ କହିବାକୁ ଗଲେ, ଓବିସି ହେଉଛି ବାରାଣାସୀର ସବୁଠାରୁ ବଡ ନିର୍ଣ୍ଣାୟକ ଭୋଟର । ସେମାନଙ୍କ ସଂଖ୍ୟା 3 ଲକ୍ଷରୁ ଅଧିକ । ସେଥିରୁ ପ୍ରାୟ 2 ଲକ୍ଷ କୁର୍ମୀ ଏବଂ ପ୍ରାୟ ଏକ ଲକ୍ଷ ଯାଦବ ଭୋଟର ଅଛନ୍ତି । 2 ଲକ୍ଷ ବୈଶ୍ୟ ଭୋଟରଙ୍କ ବ୍ୟତୀତ ସବର୍ଣ୍ଣ ଜାତିର ଲୋକଙ୍କ ମଧ୍ୟରେ ବ୍ରାହ୍ମଣ ଏବଂ ଭୁମିହାର ଜାତି ମଧ୍ୟ ଅଛନ୍ତି । ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଅଜୟ ରାୟ ଭୁମିହାର ସମ୍ପ୍ରଦାୟର ହୋଇଥିବାବେଳେ ବିଏସପି ଜଣେ ମୁସଲମାନଙ୍କୁ ଟିକେଟ ଦେଇ ବିଜେପି ରାସ୍ତାକୁ ଅଧିକ କଷ୍ଟସାଧ୍ୟ କରିଛି ।
2014 ରେ, ସମାଜବାଦୀ ପାର୍ଟି, ବିଏସପି ଏବଂ କଂଗ୍ରେସର ପ୍ରାର୍ଥୀଙ୍କ ବ୍ୟତୀତ କେଜ୍ରିୱାଲ ମଧ୍ୟ ଏକ ପ୍ରମୁଖ କାରଣ ଭାବରେ ଉଭା ହୋଇଥିଲେ । ତା'ପରେ ବିଏସପି ମଧ୍ୟ ଏହି ସ୍ଥାନରୁ ବୈଶ୍ୟ ପ୍ରାର୍ଥୀ ଉପରେ ନିଜର ବାଜି ଲଗାଇଥିଲା । ଲଗାତାର ତୃତୀୟ ଥର ପାଇଁ ଭୁମିହାର ପ୍ରାର୍ଥୀ ଅଜୟ ରାୟଙ୍କ ଉପରେ କଂଗ୍ରେସ ପରୀକ୍ଷା କରୁଛି ।
ତେବେ ମୋଦୀ ନିଜର ହାୱା ବଜାୟ ରଖିବାରେ ସଫଳ ହୋଇ ଭୋଟ୍ ପ୍ରତିଶତ ବୃଦ୍ଧି କରିପାରିବେ ନା କଂଗ୍ରେସ ନହେଲେ ବସପା ବାଜି ମାରିବେ ତାହା ଦେଖିବା ବାକି ରହିଲା ।












Click it and Unblock the Notifications