ଲୋକସଭା ନିର୍ବାଚନ ୨୦୨୪: ଆଜି ଓଡ଼ିଶା ଆସିବେ ରାହୁଲ୍ ଗାନ୍ଧୀ ଓ ଜେପି ନଡ୍ଡା
ଦେଶରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ସରିଲାଣି । ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦେଶରେ ମାହୋଲ ସରଗରମ । ଏହାରି ଭିତରେ ଆଜିଁ ରବିବାର ଓଡ଼ିଶାରେ ୨ ହେଭିୱେଟ୍ ନେତା ନିର୍ବାଚନୀ ମୈଇଦାନକୁ ଓହ୍ଲାଇବେ ।
ନବରଙ୍ଗପୁର ଓ ବ୍ରହ୍ମପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ଜେ.ପି ନଡ୍ଡା । ସେହିପରି କଂଗ୍ରେସ ପାଇଁ ସାଲେପୁରରେ ପ୍ରଚାର କରିବେ ରାହୁଲ ଗାନ୍ଧୀ । ନଡ୍ଡାଙ୍କ ପୂର୍ବରୁ ଅମିତ ଶାହ ସୋନପୁର ଆସି ପ୍ରଚାର କରିଥିଲେ । ଏହି ସମୟରେ ଶାହ ରାଜ୍ୟବାସୀଙ୍କୁ ୫ ବର୍ଷର ସମୟ ମାଗିଥିଲେ ।

ଦୁଇ ଲୋକସଭା ଆସନ ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନ ପାଇଁ ଆସନ୍ତାକାଲି ପ୍ରଚାର କରିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଏକ ଜନସଭାକୁ ସମ୍ବୋଧନ କରିବେ ନଡ୍ଡା ଏହା ପରେ ନବରଙ୍ଗପୁରରେ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଅପରାହ୍ନ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ଯିବେ ନଡ୍ଡା । ସାଢେ ୫ଟାରେ ଆମ୍ବପୁଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ବିଧାୟକ ଓ ସାଂସଦ ମାନଙ୍କ ପାଇଁ ପ୍ରଚାର କରିବେ । ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତା ମାନଙ୍କୁ ନେଇ ନଡ୍ଡା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ସାଲେପୁରରେ ନିର୍ବାଚନୀ ରାଲିରେ ଯୋଗ ଦେବେ ରାହୁଲ ଗାନ୍ଧୀ । ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ରାହୁଲ । ଏହି ସଭାରେ କଟକ, କେନ୍ଦ୍ରପଡା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନ ମଣ୍ତଳୀର କର୍ମକାର୍ତ୍ତା ଯୋଗ ଦେବା ନେଇ ସୂଚନା ରହିଛି ।
ଦିନ ୧୧ଟା ୩୦ରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚି ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବେ । ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରି ରାହୁଲ ଓଡ଼ିଶା ଛାଡିବେ । ଏହି ନ୍ୟାୟ ସମାବେଶରେ କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଲୋକସଭା ଆସନର କର୍ମୀ, ସମର୍ଥକ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।












Click it and Unblock the Notifications