ଲୋକସଭା ନିର୍ବାଚନ ୨୦୨୪: ବିଜେଡି ନେତାଙ୍କ ସହ ସୁରଙ୍କ ପୋଷ୍ଟର୍, ଫଟୋ ଭାଇରାଲ୍ ପରେ କଢ଼ାଗଲା ପୋଷ୍ଟର
ବିଜେଡି ନେତାଙ୍କ ସହ ସୁରଙ୍କ ପୋଷ୍ଟର୍ ଲାଗିଥିଲା । ଗୋଟିଏ ପଟେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟପଟେ ଭିକେ ପାଣ୍ଡିଆନଙ୍କ ମଧ୍ୟରେ ସୁରେଶ ରାଉତରାୟଙ୍କ ପୋଷ୍ଟର୍ ଲାଗିଥିଲା । ଏବେ ଫଟୋ ଭାଇରାଲ୍ ପରେ ସୁରଙ୍କ ପୋଷ୍ଟର କଢ଼ା ଯାଇଛି ।
ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ୍, ସାନ ପୁଅ ମନ୍ମଥଙ୍କ ପୋଷ୍ଟରଙ୍କ ସହ ସୁରଙ୍କ ବି ପୋଷ୍ଟର୍ ଲଗାଯାଇଥିଲା । ତେବେ ଜଟଣୀରେ ବିଜେଡିର କାର୍ଯ୍ୟାଳୟରେ କିଛି ବଡ଼ ବଡ଼ କଟାଉଟ୍ ଲାଗିଥିଲା । ତେବେ ଏହାର ଫଟୋ ଭାଇରାଲ୍ ହେବା ପରେ ଏହାକୁ ବାହାର କରି ଦିଆଯାଇଥିଲା ।

ଭୁବନେଶ୍ୱର ଲୋକସଭା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ପ୍ରାର୍ଥୀ ହେବା ପରେ ବିବାଦ ଭିତରକୁ ଆସିଛନ୍ତି ସୁର । ପୁଅ ପାଇଁ ପ୍ରଚାର କରି କଂଗ୍ରେସରୁ ବହିଷ୍କୃତ ମଧ୍ୟ ସେ ହୋଇଛନ୍ତି ।












Click it and Unblock the Notifications