ପୁରୀରେ ମୁହାଁମୁହିଁ ହେବେ କି ମୋଦୀ-ନବୀନ ? ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ମନ୍ତବ୍ୟ ପରେ ଚର୍ଚ୍ଚା

ପୁରୀ ଆସନ ପାଇଁ ମୁହାଁମୁହିଁ ହୋଇପାରନ୍ତି ମୋଦୀ ଓ ନବୀନ । ଆଉ ଏଥିପାଇଁ ରାଜନୈତିକ ମହୋଲ ପୁରା ସରଗରମ । ବିଜେପି- ବିଜେଡି ମଧ୍ୟରେ ହେବ ବଳ କସାକସି । କିଏ ଜିତିବ ପୁରୀ ଆସନ ? ନବୀନ ନା ମୋଦୀ କାହା ପଲ୍ଲା ରହିବ ଭାରି ? କିଏ ରଚିବ ନୂଆ ଇତିହାସ ?

ପୁରୀରୁ ବିଧାନସଭା ଲଢ଼ିପାରନ୍ତି ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ବିଧାନସଭାରେ ଲଢ଼ିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ନବୀନ ପୁରୀରୁ ଲଢ଼ିବା ନେଇ ଚର୍ଚ୍ଚା, ଆଲୋଚନା ଏବେ ଜୋର ଧରିଛି । ଆଉ ଏହାକୁ ଖୋରାକ ଯୋଗାଇଛି ବିଜେଡି ନେତାଙ୍କ ମନ୍ତବ୍ୟ ।

ନବୀନ ଲଢ଼ିଲେ ସମସ୍ତେ ସ୍ୱାଗତ କରିବେ ବୋଲି କହିଛନ୍ତି ରାମକୃଷ୍ଣ ଦାସ ମହାପାତ୍ର । ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱାଗତ କରିବେ ବୋଲି ରାମକୃଷ୍ଣ କହିଛନ୍ତି । ରାମକୃଷ୍ଣଙ୍କ ମନ୍ତବ୍ୟ ସହ ପୁରୀର ବିଭିନ୍ନ କାର୍ଯ୍ୟ ବି ଚର୍ଚ୍ଚା ବଢ଼ାଇଲା ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏୟାରପୋର୍ଟ ଚର୍ଚ୍ଚାକୁ ଆହୁରି ମଜବୁତ୍ କରୁଛି । ସେସେମ୍ବର ସୁଦ୍ଧା ପରିକ୍ରମା ପ୍ରକଳ୍ପ ସାରିବାକୁ ଚାଲିଛି କାମ ।
ପୁରୀରେ ଏୟାରପୋର୍ଟ ପାଇଁ ନିଜେ ମୋଦିଙ୍କୁ ଭେଟିଛନ୍ତି ନବୀନ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ବସିଥିବା ବେଳେ ବେଳାଭୁମିର ଉନ୍ନତିକରଣ, ନୁଆ ମାର୍କେଟ କମ୍ପ୍ଲେକ୍ସ, ନୂଆ ପାର୍କିଂ ସ୍ଥାନ, ରାସ୍ତା ଘାଟର ଉନ୍ନତିକରଣ, ବିମାନ ବନ୍ଦର ସ୍ଥାପନ ପାଇଁ ପଦକ୍ଷେପ ଆଦି ମୁଖ୍ୟମନ୍ତ୍ରୀଙ୍କ ହାତରେ ହୋଇଛି । ଏଣୁ ସେବାୟତଙ୍କ ତରଫରୁ ପୁରୀରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିବାକୁ ଏକ ପ୍ରସ୍ତାବ ଦିଆଯିବ ବୋଲି ରାମକୃଷ୍ଣ କହିଛନ୍ତି ।

ପୁରୀ ଜିଲ୍ଲାରେ ବିଜେପି ଧୀରେଧୀରେ ଶକ୍ତିଶାଳୀ ହେଉଥିବାରୁ ଏହାର ପ୍ରତିହତ କରିବା ପାଇଁ ବିଜେଡି ମଧ୍ୟ ଏଭଳି ରଣନୀତି ଆପଣାଇ ପାରେ । ଗତଥର ପୁରୀ ଆସନରୁ ବିଜେଡି ପରାସ୍ତ ହୋଇଥିଲା । ଗତ ନିର୍ବାଚନରେ ୨ଟି ଆସନରୁ ଲଢ଼ିଥିଲେ ନବୀନ । ହିଞ୍ଜିଳି ଏବଂ ବିଜେପୁରରୁ ଲଢ଼ି ଜିତିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

naveen_modi

ପୁରୀରୁ ଲୋକସଭା ଲଢ଼ିପାରନ୍ତି ମୋଦି

ସେପଟେ ପୁରୀରୁ ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭା ଲଢ଼ିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀରୁ ଲଢ଼ିପାରନ୍ତି । ମୋଦି ପୁରୀରୁ ଲଢ଼ିବେ କହିଛନ୍ତି ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଏହି ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି ।

ମୋଦି ଲୋକସଭା ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ । ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ । ଗତ ୨୦୧୯ ଲୋକସଭା ନିର୍ବାଚନର ମୋଦୀ ପୁରୀରୁ ନିର୍ବାଚନ ଲଢିବାର ଚର୍ଚ୍ଚା ହୋଇଥିଲା । ମୋଦୀଙ୍କର ଓଡିଶାରୁ ନିର୍ବାଚନ ଲଢିବା ଦ୍ୱାରା ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କର ମନୋବଳ ବଢିବ ସହ ବିଜେପି ଆହୁରି ଆସନ ଜିତିପାରେ ବୋଲି କୁହାଯାଉଛି ।

କିଛି ଦିନ ତଳେ ମୋଦୀ ହେଉଥିବା ଜି-୨୦ କାର୍ଯ୍ୟକ୍ରମରେ କୋଣାର୍କ ଚକ୍ର ଆଗରେ ଠିଆ ହୋଇ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ସ୍ଵାଗତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+