ଲୋକସଭା ନିର୍ବାଚନ ୨୦୨୪: ବଦଳିବେ କି ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ? ଅରୂପ ପଟ୍ଟନାୟକ ବଦଳରେ କିଏ ?
ବଦଳିବେ କି ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ? ଏ ନେଇ ଖୁବ୍ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ଅରୂପ ପଟ୍ଟନାୟକଙ୍କ ଦେହ ଖରାପ ଥିବାରୁ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ ହୋଇପାରେ । ଅରୂପ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳୁଥିବା ବେଳେ ତାଙ୍କ ଦେହ ଖରାପ ବୋଲି ଚର୍ଚ୍ଚା ହେଉଛି ।
ତେବେ ତାଙ୍କ ବଦଳରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଚର୍ଚ୍ଚାର ବିଷୟ । ସମୀର ଦାସ କି ଆଉ କାହାକୁ ଦଳ ସେଠାରୁ ପ୍ରାର୍ଥୀ କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ତିନି ଦିନ ତଳେ ପିପିଲିରେ ଏକ ନିର୍ବାଚନୀ ଶୋଭାଯାତ୍ରାରେ ଭୋଟ୍ ପ୍ରଚାର କରୁଥିବା ବେଳେ ପ୍ରଚାର ଗାଡି ଉପରେ ହଠାତ୍ ଅସୁସ୍ଥ ହୋଇ ପଡିଲେ ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ତାଙ୍କୁ ତୁରନ୍ତ ପିପିଲି ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ପରେ ଭୁବନେଶ୍ୱରକୁ ନିଆଯାଇଥିଲା ।

ନିର୍ବାଚନ ପାଇଁ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ବିଶାଳ ଶୋଭାଯାତ୍ରା ସୋମବାର ସକାଳେ ଉତ୍ତରାବଜାର ଠାରୁ ବାହାରି ପିପିଲି ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ବିଧାୟକ ଶ୍ରୀମହାରଥୀଙ୍କ ସହ ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏକ ଖୋଲା ଜିପ୍ରେ (ପ୍ରଚାରଗାଡି)ରେ ଠିଆ ହୋଇ ଭୋଟ୍ ପ୍ରଚାର କରୁଥିବା ବେଳେ ସାଢେ ୧୦ଟା ସମୟରେ ପିପିଲି ହାଟଛକ ଠାରେ ଶ୍ରୀପଟ୍ଟନାୟକ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ସେ ଧିରେ ଧିରେ ଗାଡି ମଧ୍ୟରେ ପଡିଯାଇ କିଛି ସମୟ ପାଇଁ ଅଚେତ୍ ହୋଇ ଯାଇଥିଲେ।












Click it and Unblock the Notifications