ବଲାଙ୍ଗୀରରୁ ଲଢ଼ିବେ ମନୋଜ ମିଶ୍ର; ବିଜେପିର ସଙ୍ଗୀତ ସିଂହ ଦେଓଙ୍କୁ ଦେବେ ଟକ୍କର

ବଲାଙ୍ଗୀରରୁ ଲଢ଼ିବେ ମନୋଜ ମିଶ୍ର । ବରିଷ୍ଠ ଅଭିନେତା ମନୋଜ ମିଶ୍ର କଂଗ୍ରେସ ଟିକେଟରୁ ବଲାଙ୍ଗୀର ଲୋକସଭା ଆସନ ଲଢ଼ିବେ । ସେହିପରି ବିଜେପି ସଙ୍ଗୀତ ସିଂହ ଦେଓ ଙ୍କୁ ଟିକେଟ ଦେଇଛି । ତେବେ ବିଜେଡ଼ି କିଛି ସ୍ପଷ୍ଟ କରିନାହିଁ ।

ହାତ ଧରିବା ପରେ ମନୋଜ କହିଥିଲେ ନେତା ହେବା ପାଇଁ ଆସିନାହିଁ, ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । ପଶ୍ଚିମ ଓଡ଼ିଶାରେ ଅନେକ ସମସ୍ୟା ଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । କଂଗ୍ରେସରେ ସାମିଲ ହୋଇ ଲୋକଙ୍କ ପାଇଁ ସ୍ୱର ଉଠାଇବେ ବୋଲି କହିଥିଲେ । ନିର୍ବାଚନ ଲଢିବେ କି ନାହିଁ ତାହା ଦଳ ସ୍ପଷ୍ଟ କରିବ ବୋଲି ମନୋଜ କହିଥିଲେ ।

Manoj Mishra

ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସେହିପରି ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମୀ ରଞ୍ଜନ ପଟ୍ଟନାୟକ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+