ବାଲେଶ୍ୱର ଲୋକସଭା ଆସନ: ସ୍ୱାଧୀନ ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଖାରବେଳ ସ୍ୱାଇଁ

ଶେଷରେ ବାଲେଶ୍ୱର ଲୋକସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଖାରବେଳ ସ୍ୱାଇଁ । ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସେ ଦାବି କରିଛନ୍ତି ଯେ ୪ ହଜାର ଭୋଟରେ ସେ ବିଜୟୀ ହେବେ ।

ଖାରବେଳ ସ୍ୱାଇଁ ବିଜେପିରୁ ଟିକେଟ୍ ପାଇଁ ଦାବି କରୁଥିଲେ । ହେଲେ ଦଳ ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ସେଠାରୁ ପ୍ରାର୍ଥୀ କରିଛି । ଏହାପରେ ସେ ଦଳର ନିଷ୍ପତିରେ ଅସନ୍ତୋଷ ପ୍ରକାଶ କରିଥିଲେ । ଶେଷରେ ଆଜି ଖାରବେଳ ସ୍ୱାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବାଲେଶ୍ୱରରୁ ପୂର୍ବରୁ ଖାରବେଳ ସ୍ୱାଇଁ ସାଂସଦ ଥିଲେ । ତେଣୁ ସେ ଦଳୀୟ ଟିକେଟ୍ ମାଗୁଥିଲେ । ଗତଥର ଖାରବେଳ କନ୍ଧମାଳ ଲୋକସଭାରୁ ପ୍ରାର୍ଥୀ ହୋଇ ବିଜେଡିର ଅଚ୍ୟୁତ ସାମନ୍ତଙ୍କଠୁ ପରାଜିତ ହୋଇଥିଲେ । ବାଲେଶ୍ୱର ଲୋକସଭା ଆସନ ପାଇଁ ବିଜେଡିରୁ ଲେଖାଶ୍ରୀ ସାମନ୍ତସିଂହାର, ବିଜେପିରୁ ପ୍ରତାପ ଷଡଙ୍ଗୀ ଏବଂ କଂଗ୍ରେସରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ଶ୍ରୀକାନ୍ତ ଜେନା ।

Lok sabha election

ବାଲେଶ୍ୱର ଆସନରେ ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରୁ ଉଭୟ ପ୍ରତାପ ଓ ଶ୍ରୀକାନ୍ତଙ୍କ ପୂର୍ବରୁ ନିର୍ବାଚନ ଲଢ଼ିବା ନେଇ ବହୁତ ଅଭିଜ୍ଞତା ରହିଛି। ପ୍ରତାପ ନିଳଗିରିରେ ୨୦୦୪ରେ ବିଜେପିରୁ, ୨୦୦୯ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୪ରେ ପ୍ରତାପଙ୍କୁ ବିଜେପି ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ସେ ବିଜେଡିର ରବୀନ୍ଦ୍ର ଜେନାଙ୍କଠାରୁ ପରାଜିତ ହୋଇଥିଲେ। ରବୀନ୍ଦ୍ର ୪ ଲକ୍ଷ ୩୩ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ।

୨୦୧୯ ନିର୍ବାଚନରେ ପ୍ରତାପ ପୁଣି ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କୁ ପରାଜିତ କରି ପ୍ରତାପ ଲୋକସଭାକୁ ଯାଇଥିଲେ। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ଅଢ଼େଇ ବର୍ଷ ସେ ପ୍ରାଣୀ, ଗୋସମ୍ପଦ, ମତ୍ସ୍ୟ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିଲେ ।

ଶ୍ରୀକାନ୍ତ ଜେନା ରାଜ୍ୟ ତଥା ଜାତୀୟ ରାଜନୀତିର ଜଣେ ପରିଚିତ ଚେହେରା। ପୂର୍ବରୁ ସେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ୧୯୭୭ରୁ ୧୯୮୯ ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଶ୍ରୀକାନ୍ତ। ୧୯୭୯-୮୦ରେ ସେ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଥିଲେ। ପୂର୍ବରୁ ବାଲେଶ୍ୱର ଲୋକସଭା ଆସନରୁ ଦୁଇଥର ନିର୍ବାଚନ ଲଢ଼ିସାରିଛନ୍ତି। ବାଲେଶ୍ୱରର ତାଙ୍କର ନିଜସ୍ୱ ସଂଗଠନ ରହିଛି ଏବଂ ତାଙ୍କ ପ୍ରାର୍ଥୀ ହେବା ପରେ ବାଲେଶ୍ୱରର କଂଗ୍ରେସ ଶିବିର ମଧ୍ୟ ଚଳଚଞ୍ଚଳ ହୋଇଛି।

ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଲାଗି ବିଜେଡିର ଲୋକପ୍ରିୟତା ମୁଖ୍ୟ ଅସ୍ତ୍ର ହେବ। 'ମା'ଙ୍କୁ ସମ୍ମାନ' ନାରା ଦେଉଥିବା ବିଜେଡି ମହିଳା କାର୍ଡ ଖେଳି ଦୁଇ ଅଭିଜ୍ଞଙ୍କ ସାମ୍ନାରେ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି। ଆଗରୁ ଲେଖାଶ୍ରୀଙ୍କର ନିର୍ବାଚନ ଲଢ଼ିବାର ଅଭିଜ୍ଞତା ନାହିଁ। କିନ୍ତୁ ବିଭିନ୍ନ ନିର୍ବାଚନକୁ ସେ ଅତି ପାଖରୁ ଦେଖିଛନ୍ତି ଏବଂ ମଇଦାନରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଛନ୍ତି। ତା'ଛଡ଼ା ଲେଖାଶ୍ରୀ ବିଜେଡିରେ ନୂଆ ଚେହେରା। ବିଜେପିରୁ ସେ ବିଜେଡିକୁ ଆସିଛନ୍ତି। ନିଳଗିରିର ସେ ବୋହୂ ହୋଇଥିବାରୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ସେ ଚେକ୍ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+