Get Updates
Get notified of breaking news, exclusive insights, and must-see stories!

ନବୀନଙ୍କ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ; କହିଲେ ନବୀନ କେବଳ ହଁ ରେ ହଁ ମିଶାନ୍ତି

କାଲିମେଳାରେ ନବୀନଙ୍କ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । କହିଲେ ନବୀନ ବାବୁ କେବଳ ଓକେ ଓକେ କହନ୍ତି, ଆଉ କିଛି କହନ୍ତିନି । ବିଜେପି ସରକାର ହେଲେ ଏଠି ରାଜସ୍ବ ଗ୍ରାମର ମାନ୍ୟତା ମିଳିବ। ବିଜେପି ସରକାର ଆସିଲେ, ନମ୍ବର ନୁହେଁ, ଗାଁର ନାଁ ଦିଆଯିବ । ବିଜେପି ମୁଖ୍ୟମନ୍ତ୍ରୀ ହେଲା ପରେ, ନିଶ୍ଚିତ ଭାବେ ଗାଁ ନାଁ ଦିଆଯିବ ।

ଛତିଶଗଡ଼ରେ ବିଜେପି ସରକାର, ଧାନ କିଣାଯାଉଛି ୩ ହଜାରରେ । ଏଠାରେ ବିଜେପି ସରକାର ଆସିଲେ ଧାନ କ୍ବିଣ୍ଟାଲ ୩୧ଶହ ହେବ । ଧାନ ୩୧ଶହରେ କିଣାଯିବା କଥା, ନବୀନ ବାବୁ ୨୧ଶହ ଦେଉଛନ୍ତି ବୋଲି ସେ କହିଛନ୍ତି । ।

ଦିଲ୍ଲୀରେ ମୋଦିଙ୍କ ସରକାର ଅଛି, ପୁଣି ମୋଦିଙ୍କ ସରକାର ହେବ । ଆମ ଆସାମରେ ୫୦ ଲକ୍ଷ ବଙ୍ଗାଳି ଅଛନ୍ତି କହିଲେ ବିଶ୍ବଶର୍ମା ।ଓଡ଼ିଶାରେ ବିଜେପି ଆସିଲେ ବେଙ୍ଗଲୀଙ୍କ ପାଇଁ ବେଙ୍ଗଲୀ ଶିକ୍ଷକ ରହିବେ । ଏମ୍‌ପିଭି-୮୨ ନାଁକୁ ନେଇ ସମାଲୋଚନା କଲେ ବିଶ୍ବଶର୍ମା ।
ଗାଁର ନାଁ ଏଭଳି କାରଣ ଏଠାରେ ନବୀନଙ୍କ ସରକାର ଚାଲିଛି ।

ସେ ଆହୁରି କହିଛନ୍ତି ଯେ, ମୋଦି ଯାହା କହନ୍ତି, ତାକୁ କରିକି ଦେଖାନ୍ତି ବୋଲି ସମସ୍ତେ ଜାଣନ୍ତି । ଆସାମର ଲକ୍ଷେ ଲୋକଙ୍କୁ ସରକାରୀ ଖର୍ଚ୍ଚରେ ରାମ ମନ୍ଦିର ଦେଖାଇବାକୁ ନେବି । ଏଠି ବିଜେପି ସରକାର ଆସିଲେ ୫ ଲକ୍ଷ ଲୋକଙ୍କୁ ଦର୍ଶନ ପାଇଁ ନେବ ।

Himanta Biswa Sarma

ଆସାମରେ ମହିଳାଙ୍କୁ ମାସିକ ୧୨୫୦ ଟଙ୍କା ମିଳୁଛି। ଆମ ସରକାର ଏଠାରେ ଆସିଲେ ମହିଳାଙ୍କୁ ୫୦ ହଜାର ମିଳିବ। ବାର୍ଷିକ ୨୫ ହଜାର ଲେଖାଏଁ ୨ ବର୍ଷରେ ୫୦ ହଜାର ମିଳିବ । ମାଗଣା ଚାଉଳ ମୋଦି ଦେଉଛନ୍ତି। ନବୀନ ବାବୁ ଯାହା ଦେବା କଥା , କେବଳ ପାଣ୍ଡିଆନଙ୍କୁ ଦେଉଛନ୍ତି ବୋଲି କହିଛନ୍ତି ହିମନ୍ତ ବିଶ୍ଵଶର୍ମା।

ମାଲକାନଗିରି ପରେ ଚିତ୍ରକୋଣ୍ଡା ଯାଇ ମାଥିଲି ମିନିଷ୍ଟାଡିୟମରେ ମଧ୍ୟ ଜନସଭାରେ ଉଦବୋଧନ ଦେବେ । ପରେ ଅପରାହ୍ନରେ ଖଲ୍ଲିକୋଟରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+