Lok Sabha Election 2024: ୧୧ତମ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି
Lok Sabha Election 2024: ଲୋକସଭା ନିର୍ବାଚନ 2024 ପାଇଁ ବହୁଜନ ସମାଜ ପାର୍ଟି (BSP) ଗୁରୁବାର ଦିନ ନିଜର 11ତମ ପ୍ରାର୍ଥୀ ତାଲିକା ଜାରି କରିଛି । ଯେଉଁଥିରେ 6 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହା ସହିତ ସେ ଲକ୍ଷ୍ନୌ ପୂର୍ବ ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏଥର ବ୍ରାହ୍ମଣ କାର୍ଡ ଖେଳି ଦଳ ନରେନ୍ଦ୍ର ପାଣ୍ଡେଙ୍କୁ କେସରଗଞ୍ଜ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଆଜମଗଢରୁ ସେ ତୃତୀୟ ଥର ପାଇଁ ନିଜ ପ୍ରାର୍ଥୀ ବଦଳାଇଥିବା ବେଳେ ଏଥର ଏହି ଆଶନରୁ ମଶହୁଦ ଅହମ୍ମଦଙ୍କୁ ଟିକେଟ ଦେଇଛନ୍ତି।













Click it and Unblock the Notifications