Lok Sabha Election 2024 : ଏହି ଆଧାରରେ ମିଳିପାରେ ବିଜେପି ଟିକେଟ

୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ସବୁ ଦଳର ପ୍ରସ୍ତୁତି । ବିଜେପି ନେତୃତ୍ଵାଧୀନ ଏନଡିଏ ପୁଣି ଆଉଥରେ ସରକାରକୁ ଫେରିବ ବୋଲି ଆକଳନ ହେଉଛି । ସେହିପରି ରାଜ୍ୟରେ ବିଜେଡି ପୁଣି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କ୍ଷମତା ହାସଲ କରିବ ବୋଲି ଆକଳନ ହେଉଛି । ଏହାରି ଭିତରେ ସବୁ ଦଳ ନିଜ ନିଜ ଯୋଜନା କରୁଛନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଏନ୍‌ଡିଏ ଓ I.N.D.I.A ମେଣ୍ଟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏବେଠାରୁ ସବୁ ଦଳ ସଙ୍ଗଠନକୁ ସଜାଡ଼ିବା ତଥା ଶକ୍ତିଶାଳୀ କରିବା କାମ ଆରମ୍ଭ କରିଦେଲେଣି ।

ତେବେ ସୂଚନା ଅନୁସାରେ, ବିଜେପିର ସମସ୍ତ ସାଂସଦଙ୍କୁ ସେମାନଙ୍କର ସଂସଦୀୟ କ୍ଷେତ୍ର ସମ୍ବନ୍ଧିତ କାର୍ଯ୍ୟଗୁଡ଼ିକୁ ସମୟ ପୂର୍ବରୁ ଶେଷ କରିବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ ସବୁ ପ୍ରକାରର ପ୍ରସ୍ତୁତି କଲେଣି । ଏହାରି ଭିତରେ ସୋସିଆଲ ମିଡ଼ିଆକୁ ଆହୁରି ସୁଦୃଢ଼ କରିବା ପାଇଁ ଦିଲ୍ଲୀରେ ବିଜେପି ପକ୍ଷରୁ ବଡ ବୈଠକ ବି ହୋଇଥିଲା ।

BJP

ଅନ୍ୟପକ୍ଷେ, ଦଳଦ୍ବାରା ତୃଣମୂଳ ସ୍ତରରୁ ନେତାମାନଙ୍କର ସ୍ଥିତି ସଂପର୍କରେ ସୂଚନା ଏକତ୍ରିତ କରାଯାଉଛି । ସୂଚନା ଅନୁସାରେ ବିଜେପିର ଶୀର୍ଷ ନେତୃତ୍ବ ଗୋଟିଏ ରିସର୍ଚ୍ଚ ଟିମ୍‌ ଲଗାଇଛନ୍ତି । ଉକ୍ତ ଟିମ୍‌ ବର୍ତ୍ତମାନର ପରିସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି । ଏହି ରିପୋର୍ଟ ବିଜେପିରେ ଟିକଟର ଆଧାର ହୋଇପାରେ । ଏହି ରିପୋର୍ଟ କାର୍ଡକୁ ତିନିରୁ ଚାରି ଶ୍ରେଣୀରେ ଏ,ବି,ସି ଓ ଡି ଆଧାରରେ ପ୍ରସ୍ତତ କରାଯିବ ।

ଆଉ ଏହି ରିପୋର୍ଟ କାର୍ଡ ସହିତ ବିଜେପି ୨୦୨୪ର ସାଧାରଣ ନିର୍ବାଚନକୁ ଓହ୍ଲାଇପାରେ । ସୂଚନା ମୁତାବକ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବ୍ୟତୀତ ଆଉ ଦୁଇଟି ବେସରକାରୀ ସଂସ୍ଥାକୁ ଏହି ରିପୋର୍ଟ କାର୍ଡ ପ୍ରସ୍ତୁତ କରିବା କାର୍ଯ୍ୟରେ ଲଗାଯାଇଛି ।

ଏହା ସହ ବିଭିନ୍ନ ବେସରକାରୀ ସଂସ୍ଥା ମାନେ ବିଭିନ୍ନ ରାଜ୍ୟରେ ବିଜେପିର ସ୍ଥିତି ପରଖିବା ସହ ଆଗକୁ କଣ ହାଲଚାଲ ରହିବ ସେ ନେଇ ରିପୋର୍ଟ ଦେଉଥିବା ସୂଚନା ମିଳିଛି ।

ତେବେ ଓଡ଼ିଶା କଥା ଦେଖିବାକୁ ଗଲେ ଆକଳନ ଅନୁସାରେ, ବିଜେପି ସାଂସଦ ସିଟରେ ଭଲ ପ୍ରଦର୍ଶନ କରୁଥିବା ବେଳେ ବିଧାୟକ ସିଟରେ ଏତେଟା ଭଲ ପ୍ରଦର୍ଶନ କରିପାରୁନି । ରାଜ୍ୟରେ ପୁଣି ବିଜେଡି ଶାସନ କରିବା କଥା ଅନେକ ସଂସ୍ଥା ଆକଳନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+