ଚାଲିଛି ରାଜ୍ୟ ବିଜେପି କୋର୍ କମିଟି ବୈଠକ: ପଞ୍ଚାୟତ ସ୍ତରରୁ ଦଳକୁ ମଜବୁତ୍ କରିବାକୁ ଆଲୋଚନା
ଚାଲିଛି ରାଜ୍ୟ ବିଜେପି କୋର୍ କମିଟି ବୈଠକ । ବିଜେପି କାର୍ଯ୍ୟାଳୟରେ ଏହି ବୈଠକ ବସିଛି । ରାଜ୍ୟରେ ରାଜନୈତିକ ଉଷ୍ଣତା ଥିବାବେଳେ ବିଜେପି କୋର୍ କମିଟି ବୈଠକ ଯଥେଷ୍ଟ ଗୁରୁତ୍ବ ରହିଛି । ଏହି ବୈଠକରେ ଆଗାମୀ ଦିନରେ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ବୈଠକରେ ରୋଡ ମ୍ୟାପ ପ୍ରସ୍ତୁତ ନେଇ ଆଲୋଚନା ହେଉଛି ।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ କାର୍ଯ୍ୟକାଳର ଉପଲବ୍ଧି ଲୋକଙ୍କ ପାଖରେ କେମିତି ପହଞ୍ଚିବ, ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ କେମିତି ସଫଳ ହେବ, ପଞ୍ଚାୟତ ସ୍ତରରେ ଚାଲିଥିବା ଆନ୍ଦୋଳନ ଗୁଡ଼ିକର ସମୀକ୍ଷା କରାଯାଉଛି ।

ସେହିପରି ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଏବଂ ବିଶ୍ଵକର୍ମା ଜୟନ୍ତୀ । ତେଣୁ ସେହି ଅବସରରେ ବିଶ୍ଵକର୍ମା ଯୋଜନା ଆରମ୍ଭ ହେବାକୁ ଯାଉଛି । ସେବା ପଖୱାଡା ଆରମ୍ଭ ହେବ ।
କାର୍ଯ୍ୟକର୍ତ୍ତା ମାନେ ସେବା, ସୁଶାସନ, ଦେଶ ସୁରକ୍ଷା ଦୃଢୀଭୂତ ହୋଇଛି, ଭାରତ ସମଗ୍ର ବିଶ୍ଵରେ ସମ୍ମାନିତ ହୋଇଛି, ଚନ୍ଦ୍ରଯାନର ସଫଳତା, ସୂର୍ଯ୍ୟଯାନ ଉତକ୍ଷେପଣ ଆଦି ବିଷୟରେ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇପାରେ । ଏହା ସହ ପଞ୍ଚାୟତ ସ୍ତରରୁ ବୁଥ କେମିତି ମଜବୁତ୍ ହେବ ସେ ନେଇ ଆଲୋଚନା ହେଉଛି ।
ବୁଥ ସ୍ତରରୁ ଆହୁରି ସଶକ୍ତ ହେବା ପାଇଁ ପ୍ରୟାସ କରାଯାଉଛି । ଏହା ସହ ଏକ ଦେଶ - ଏକ ନିର୍ବାଚନ ସଚେତନତା ପାଇଁ କିଛି ପଦକ୍ଷେପ ନିଆଯାଇ ପାରେ ।
କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ଵେଶର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା , ସାଂସଦ ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମ, ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ଏହି ବୈଠକର ଯୋଗ ଦେଇଛନ୍ତି । ଆଗାମୀ ନିର୍ବାଚନ ପୂର୍ବରୁ ଏହି ବୈଠକ ବହୁ ଗୁରୁତ୍ବପୂର୍ଣ୍ଣ ।












Click it and Unblock the Notifications