ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଭୁଜବଳ
ନବରଙ୍ଗପୁର: ନାମାଙ୍କନ ଭରିଲେ କଂଗ୍ରେସ ନେତା ଭୁଜବଳ ମାଝୀ । ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଭୁଜବଳ । ସମର୍ଥକଙ୍କ ସହ ଆଜି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ନାମାଙ୍କନ ଦାଖଲ କଲେ ଭୁଜବଳ।
ବିଜେଡିରୁ ପ୍ରଦୀପ ମାଝୀ, ବିଜେପିରୁ ବଳଭଦ୍ର ମାଝୀ ଓ କଂଗ୍ରେସରୁ ଭୁଜବଳ ମାଝୀ ପ୍ରାର୍ଥୀ ହୋଇଛନ୍ତି । ନବରଙ୍ଗପୁରରେ ୨୦୧୪ ଓ ୨୦୧୯ ଦୁଇଟି ନିର୍ବାଚନରେ ବିଜେଡି ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ୨୦୦୯ ରେ କଂଗ୍ରେସରୁ ପ୍ରଦୀପ ମାଝୀ ପ୍ରାର୍ଥୀ ହୋଇ ସାଂସଦ ହୋଇଥିଲେ ।

ଗତ ନିର୍ବାଚନରେ ବଳଭଦ୍ର ବିଜେଡି ଛାଡି ବିଜେପିରେ ସାମିଲ ହୋଇ ପ୍ରାର୍ଥୀ ହୋଇଥିଲେ । ଉଭୟ ସାଂସଦ ପ୍ରାର୍ଥୀ ଥିବା କଂଗ୍ରେସର ପ୍ରଦୀପ ମାଝୀ ଓ ବିଜେପିର ବଳଭଦ୍ର ମାଝୀ, ବିଜେଡି ପ୍ରାର୍ଥୀ ରମେଶ ମାଝୀଙ୍କ ଠାରୁ ପରାଜିତ ହୋଇଥିଲେ । ଏବେ ପୁଣି ଥରେ ତିନି ମାଝୀଙ୍କ ବିଗ୍ ଫାଇଟ୍ ଦେଖିବାକୁ ମିଳିବ ।












Click it and Unblock the Notifications