Lok Sabah Election 2024: ବିଜେଡି ୧୩ରୁ ୧୫ ଆସନ ପାଇବା ନେଇ ଆକଳନ କଲା ଟାଇମ୍ସ ନାଓ

Times Now Survey: ବଢିବ ବିଜେଡିର ଲୋକସଭା ଆସନ । ପୁଣି ରାଜ୍ୟରେ ବାଜିମାତ କରିବ ବିଜେଡି । ୨୦୨୪ରେ ରାଜ୍ୟରେ ଆଗରେ ବିଜେଡି । ନବୀନଙ୍କ ନେତୃତ୍ବରେ ବିକାଶର ଶିଖର ଛୁଇଁବ ଓଡିଶା । ଟାଇମ୍ସ ନାଓ ସର୍ଭେରେ ବିଜେଡିକୁ ବହୁମତ । ୨୧ ଟି ଲୋକସଭା ଆସନରୁ ବିଜେଡ଼ି ୧୩ରୁ ୧୫ ଆସନ ପାଇବ ବୋଲି ଆକଳନ ହୋଇଛି । ଟାଇମ୍ସ ନାଓ ସର୍ଭେ ଏ ନେଇ ଆକଳନ କରିଛି ।

୨୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାରେ ବିଜେଡି ଲଗାତର ଭଲ ପ୍ରଦର୍ଶନ କରିଆସୁଛି । ତେଣୁ ଆଗାମୀ ଦିନରେ ମଧ୍ୟ ବିଜେଡି ପୂର୍ବଭଳି ମଜଭୁତ ରହିବ ବୋଲି ସର୍ଭେରୁ ଜଣାପଡ଼ିଛି। ବିଶେଷକରି '୫-ଟି' ଉପକ୍ରମରେ ଲୋକମାନଙ୍କର ସମସ୍ୟାର ତ୍ୱରିତ୍‌‌ ସମାଧାନ, ରାଜ୍ୟବ୍ୟାପୀ ରୂପାନ୍ତରଣ କାର୍ଯ୍ୟକ୍ରମ ସର୍ବୋପରି ବ୍ୟାପକ ଜନମଙ୍ଗଳକାରୀ ଯୋଜନା ନବୀନଙ୍କ ପ୍ରତି ଭୋଟରଙ୍କ ଆସ୍ଥାକୁ ବହୁଗୁଣିତ କରିଛି ।

ଗତ ଅଗଷ୍ଟ ମାସରେ 'ଟାଇମ୍ସ ନାଓ' ପକ୍ଷରୁ ହୋଇଥିବା ସର୍ଭେରେ ରାଜ୍ୟରେ ବିଜେଡିକୁ ୧୨-୧୪ଟି ଲୋକସଭା ଆସନ ମିଳିବ ବୋଲି ଆକଳନ କରାଯାଇଥିଲା।

ଏହାର ୪ ମାସ ପରେ ପୁଣି ସର୍ଭେରେ 'ଟାଇମ୍ସ ନାଓ' ବିଜେଡି ପୂର୍ବ ଆକଳନଠାରୁ ଆହୁରି ଅଧିକ ଆସନ ପାଇବ ବୋଲି ଆକଳନ କରିବା ସହ ଏହି ସଂଖ୍ୟା ୧୩-୧୫ରେ ପହଞ୍ଚିପାରେ ବୋଲି ମତ ଦେଇଛି ।

ବର୍ତ୍ତମାନ ଲୋକସଭାରେ ବିଜେଡିର ୧୨ ଜଣ ସାଂସଦ ଥିବା ବେଳେ ରାଜ୍ୟସଭାରେ ୯ ଜଣ ସାଂସଦ ଅଛନ୍ତି ।

naveen_patnaik

ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଜେପି ୧୫ ଲୋକସଭା ସିଟ୍ ଜିତିବ । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ଧର୍ମେନ୍ଦ୍ର ।

ସେ କହିଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ୧୫ ଆସନ ଜିତିବ । ଦଳର ଭୋଟ୍‌ ପ୍ରତିଶତ ମଧ୍ୟ ବୃଦ୍ଧି ହୋଇ ୪୫% ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ଧର୍ମେନ୍ଦ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+