LIVE : ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମୀ
ଉତ୍ତରାଖଣ୍ଡରେ ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ପୁଷ୍କର ସିଂହ ଧାମି। ଏହି ପାହାଡ ଆଚ୍ଛାଦିତ ରାଜ୍ୟରେ ସଦ୍ୟ ସମାପିତ ବିଧାନସଭା ନିର୍ବାଚନରେ ବିଜେପି ନିର୍ବାଚନ ଲଢିଥିଲା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନେତୃତ୍ଵରେ। ରାଜ୍ୟବାସୀ ପୁଣିଥରେ ଧାମିଙ୍କ ନେତୃତ୍ଵ ସହିତ ବିଜେପିକୁ କ୍ଷମତାସୀନ କରାଇଛନ୍ତି। 60 ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭା ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି 47ଟି ଆସନରେ ବିଜୟୀ ହୋଇଛି। ତେବେ ଦୁର୍ଭାଗ୍ୟ ବଶତଃ ନିଜେ ପୁଷ୍କର ସିଂହ ଧାମି ନିର୍ବାଚନରେ ପରାଜିତ ହୋଇଥିଲେ। ରାଜ୍ୟର କ୍ଷତିମା ବିଧାନସଭା ଆସନରେ ଧାମି ପ୍ରତିଦ୍ୱନ୍ଦିତା କରିଥିବା ବେଳେ ନିର୍ବାଚନ ହାରି ଯାଇଥିଲେ।।

ଧାମିଙ୍କ ନେତୃତ୍ଵରେ ରାଜ୍ୟବାସୀ ଆସ୍ଥା ପ୍ରକଟ କରିଥିବା ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଧାମିଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଧାମିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମର ଲାଇଭ ତଥ୍ୟ ପାଇବା ପାଇଁ ଯୋଡି ହୋଇ ରୁହନ୍ତୁ ୱାନ ଇଣ୍ଡିଆ ଓଡିଆ ସହିତ...
Prime Minister Narendra Modi and other BJP leaders attend the swearing-in ceremony of Uttarkhand CM-designate Pushkar Singh Dhami in Dehradun. pic.twitter.com/lsAWXgsvul
— ANI UP/Uttarakhand (@ANINewsUP) March 23, 2022

BJP's Pushkar Singh Dhami takes oath as the Chief Minister of Uttarakhand, in Dehradun. pic.twitter.com/JpG0dBvnmX
— ANI UP/Uttarakhand (@ANINewsUP) March 23, 2022













Click it and Unblock the Notifications