ନିର୍ବାଚନ ଫଳାଫଳରୁ ଶିକ୍ଷା: ବ୍ୟକ୍ତି ନୁହେଁ ଦଳ ଶ୍ରେଷ୍ଠ
ଭୁବନେଶ୍ବର: ଚଳିତ ବିଧାନସଭା ନିର୍ବାଚନ ଅନେକ ଶିକ୍ଷା ଦେଇଛି। ବ୍ୟକ୍ତି ନୁହେଁ, ଅନୁଷ୍ଠାନ ହିଁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିଛି ଏହି ନିର୍ବାଚନର ଫଳାଫଳ। ଏହାର ସବୁଠାରୁ ବଡ ଉଦାହରଣ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଯାପଟେନ ଅମରୀନ୍ଦର ଏବଂ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରାଜୟ। ବିଜେପି ଜିଣିଥିଲେ ମଧ୍ୟ କେଶବ ପ୍ରସାଦ ହାରି ଯାଇଛନ୍ତି। ସେହିପରି ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଅନ୍ୟ ଜଣେ ବରିଷ୍ଠ ବିଜେପି ନେତା ସ୍ଵାମୀ ପ୍ରସାଦ ବିଜେପି ଛାଡି ସମାଜବାଦୀ ପାର୍ଟି ଯୋଗ ଦେଇଥିଲେ । ଏହା ବିଜେପିକୁ ଜୋରଦାର ଝଟକା ଦେଇଥିଲା। ନିର୍ବାଚନରେ ସ୍ଵାମୀ ପ୍ରସାଦ ନିଜେ ପରାଜିତ ହେଲେ ।

ପଞ୍ଜାବରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବା ପରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ଵ କ୍ଯାପଟେନ ଅମରୀନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଛାଡିବାକୁ କହିଥିଲେ। ଏଥିରେ ବିଚଳିତ କ୍ଯାପଟେନ ଦଳକୁ ସଜାଡିବା ବଦଳରେ ନୂତନ ଦଳ ଗଠନ କରିଥିଲେ। ନୂଆ ଦଳର ପ୍ରଦର୍ଶନ କଥା ଅଲଗା, ନିଜେ କ୍ଯାପଟେନ ଉଡିଗଲେ ଆପର ଝଡରେ।












Click it and Unblock the Notifications