ବିଜେପିର ଭୁବନେଶ୍ୱର ମେୟର ଦୌଡ଼ରେ ଲେଖାଶ୍ରୀ ଓ ଅନୁ

ବିଜେପି କାର୍ଯ୍ୟାାଳୟରେ ଏନେଇ ଚାଲିଛି ଘନ ଘନ ବୈଠକ । ଏଥର ମେୟର ପ୍ରାର୍ଥୀ ପାଇଁ ଲେଖାଶ୍ରୀ ସାମନ୍ତସିଂହାର ଓ ଅନୁ ଚୌଧୁରୀଙ୍କ ନା ଶୁଣିବାକୁ ମିଳୁଛି ।

ଭୁବନେଶ୍ୱର: ଆସନ୍ତା ପୌର ନିର୍ବାଚନରେ ଭୁନେଶ୍ୱନର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏନେଇ ରାଜ୍ୟ ବିଜେପି ଦଳରେ ଆରମ୍ଭ ହୋଇଯାଇଛି ମେୟର ପ୍ରାର୍ଥୀ ଖୋଜା । ବିଜେଡିକୁ କିଭଳି ଟକ୍କରେ ଦେବେ ସେନେଇ ବିଜେପି ଏଥର ଦମଦାର ପ୍ରାର୍ଥୀଙ୍କୁ ମଇଦାନକୁ ପଠାଇବ ବୋଲି ଚର୍ଚ୍ଚା ଉଠୁଛି । ବିଜେପି କାର୍ଯ୍ୟାାଳୟରେ ଏନେଇ ଚାଲିଛି ଘନ ଘନ ବୈଠକ । ଏଥର ମେୟର ପ୍ରାର୍ଥୀ ପାଇଁ ଲେଖାଶ୍ରୀ ସାମନ୍ତସିଂହାର ଓ ଅନୁ ଚୌଧୁରୀଙ୍କ ନା ଶୁଣିବାକୁ ମିଳୁଛି ।

odisha municipal election

ରାଜ୍ୟ ବିଜେପି ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଖୁବ ସତର୍କତାର ସହ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ଭୁବନେଶ୍ୱର ମେୟର ପାଇଁ ସରକାରୀ ଦଳ ବିପକ୍ଷରେ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ମେୟର ପ୍ରାର୍ଥୀ ଭାବେ ଛିଡ଼ା କରିବାକୁ ରାଜ୍ୟ ବିଜେପି ଚିନ୍ତା କରୁଛି । କାରଣ ଲେଖାଶ୍ରୀ ଏପରି ଜଣେ ନେତ୍ରୀ ଯିଏ କି ବିଜେପିର ପକ୍ଷରୁ ସରକାରଙ୍କୁ ପ୍ରଚଣ୍ଡ ସମାଲୋଚନା କରିବା ସହ ସରକାରଙ୍କ ବିଭିନ୍ନ ବିଫଳତା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ସେହିପରି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀଙ୍କ ନାଁ ମଧ୍ୟ ବୈଠକରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଥିଲା । ଅନୁ ଚୌଧୁରୀ ମଧ୍ୟ ରାଜ୍ୟର ଜଣେ ଜଣାଶୁଣା ଚେହେରା । ତାଙ୍କୁ ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ରାଜ୍ୟ ବିଜେପି ଆଗକୁ ଆଣିବା ନେଇ ରୁଦ୍ଧଦ୍ୱାର ବୈଠକରେ କିଛି ନେତା ଯୁକ୍ତି ବାଢ଼ିଥିବା ନେଇ ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+