ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର; କିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ
ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ । କିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ । ସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ ।

ଲେଖାଶ୍ରୀ ଗତ ୧୦ ବର୍ଷ ଧରି ବିଜେପିରେ ସକ୍ରିୟ ଥିଲେ । ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି । ଏତେ ଦିନ ଧରି ଦଳ ପାଇଁ କାମ କରିବା ପରେ ବି ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହୋଇପାରିଲେ ନାହିଁ ।ତେଣୁ ବିଜେପି ଛାଡିବାର ନିଷ୍ପତ୍ତି ନେଇଥିବା କହିଛନ୍ତି ଲେଖାଶ୍ରୀ ।
କିଛି ଦିନ ତଳେ ରାଜ୍ୟ ବିଜେପିର ଆଉ ଜଣେ ଆଗଧାଡ଼ିର ନେତା ଭୃଗୁ ବକ୍ସିପାତ୍ର ଦଳ ଛାଡ଼ିଥିଲେ। ସେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି।ଭୃଗୁ ୨୦୧୯ରେ ବିଜେପି ଟିକେଟରେ ଏହି ଆସନରୁ ଲଢ଼ି ପରାସ୍ତ ହୋଇଥିଲେ। ବିଜେପି ଏଥର ଏହି ଆସନରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି।
ବିଜେପିରେ ଜାରି ରହିଛି ବିଦ୍ରୋହ । ବିଧାନସଭା ପ୍ରାର୍ଥୀ ଘୋଷଣା ପରଠୁ ରାଜ୍ୟ କାର୍ଯ୍ୟାଳୟରେ ବିଦ୍ରୋହ ଦେଖିବାକୁ ମିଳିଛି । ଅସନ୍ତୋଷ ତେଜିବାରେ ଲାଗିଛି। ବିବାଦ ଥମିବାର ନାଁ ଧରୁନି । ଉପାନ୍ତରୁ ଉପକୂଳ ସବୁଠି ବିଦ୍ରୋହ । ଭୁବନେଶ୍ବର ଜୟଦେବ, ବଡ଼ମ୍ବା, ରେମୁଣା, ଖୋର୍ଦ୍ଧା, ଧର୍ମଶାଳା, ବାଙ୍କୀ ଓ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କୁ ନେଇ ଥିବା ଅସନ୍ତୋଷ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛି ।
ଦଳୀୟ କାର୍ଯ୍ୟାଳୟରେ ରାଜ୍ୟର ତୁଙ୍ଗ ନେତା ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ କାର୍ଯ୍ୟାଳୟ ବାହାରେ ଦଳ ବିରୋଧରେ ଶୁଭିଥିଲା ଜୋରଦାର ପ୍ରତିବାଦ।












Click it and Unblock the Notifications