କଂଗ୍ରେସରେ ଯୋଗ ଦେଲେ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ବିଧିବଦ୍ଧ ଭାବେ ସିକ୍ତା କଂଗ୍ରେସରେ ସାମିଲ ହୋଇଛନ୍ତି ।

Congress

ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ବିଧିବଦ୍ଧ ଭାବେ ସିକ୍ତା କଂଗ୍ରେସରେ ସାମିଲ ହୋଇଛନ୍ତି । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ସିକ୍ତା ।

ସେ ଗତ ୨୦୧୯ ଡିସେମ୍ବର ମାସରେ ବିଜେଡିରେ ସାମିଲ ହୋଇଥିଲେ । ଗତ ସପ୍ତାହରେ ପୂର୍ବତନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ କଂଗ୍ରେସରେ ସାମିଲ ହେବା ପରେ ଆଜି ସିକ୍ତାଙ୍କ ସାମିଲ ହୋଇଛନ୍ତି ।

ଦଳରେ ଯୋଗ ଦେବା ପରେ ସେ କହିଛନ୍ତି ଯେ, ମୋତେ ଗୋଟିଏ ଜାତୀୟ ଦଳରେ ଅଂଶ ହେବାପାଇଁ ସୁଯୋଗ ମିଳିଛି । ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ ଯାତ୍ରାରେ ଅନୁପ୍ରାଣିତ ହୋଇ ମୁଁ କଂଗ୍ରେସରେ ଯୋଗ ଦେଇଛି । ଆମେ ସମସ୍ତଙ୍କୁ ନେଇକି ଆଗକୁ ବଢ଼ିବୁ ବୋଲି କହିଛନ୍ତି ସିକ୍ତା । ଆଗକୁ ଦଳ ଯାହା ଦାୟିତ୍ୱ ଦେବ ତାକୁ ମୁଁ ତୁଲାଇବାକୁ ଚେଷ୍ଟା କରିବି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+