ଲୋକସଭା ନିର୍ବାଚନ ଲଢ଼ିବେ ଲାଲୁଙ୍କ ଝିଅ ରୋହିଣୀ!
ପାଟନା:ଗୁରୁବାର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଔରଙ୍ଗାବାଦର ଦାଉଦନଗରରେ ପହଞ୍ଚିଥିଲେ । ରୋହିଣୀଙ୍କ ଆଗମନ ସହିତ ରାଜନୈତିକ ଆଲୋଚନା ପୁଣି ଥରେ ତୀବ୍ର ହୋଇଛି । ସେ କାରାକାଟ ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ମଧ୍ୟ ଏକ ଜୋରଦାର ଆଲୋଚନା ହୋଇଛି ।

ସେ ଦାଉଦନଗରରେ ପାଦ ଦେବା ମାତ୍ରେ ତାଙ୍କ ସମର୍ଥକମାନେ ଜୋରରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ସୂଚନାଯୋଗ୍ୟ, ରୋହିଣୀ ଆଚାର୍ଯ୍ୟଙ୍କର ଦାଉଦନଗରର ହିଚ୍ଛନ ବିଗହାରେ ଶାଶୁ ଘର ଅଛି । ସେ ତାଙ୍କ ଶାଶୁଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀରେ ଗୁରୁବାର ଏଠାକୁ ଆସିଥିଲେ । ଏହି ଉତ୍ସବରେ ତାଙ୍କ ବଡ଼ ଭାଇ ତଥା ମନ୍ତ୍ରୀ ତେଜ ପ୍ରତାପ ଯାଦବ ମଧ୍ୟ ଅଂଶଗ୍ରହଣ କରିଥିଲେ ।
ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ବୋଲି ଗଣମାଧ୍ୟମର ପ୍ରଶ୍ନ ଉପରେ ରୋହିଣୀ ଉତ୍ତର ଦେବାକୁ ମନା କରିଦେଇଥିଲେ, ଯେତେବେଳେ ପୁନର୍ବାର ପଚରାଗଲା ସେ କହିଛନ୍ତି ଯେ ଜନସାଧାରଣ ଚାହିଁଲେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଆମେ ଆପଣଙ୍କୁ କହିରଖୁଛୁ ଯେ ୨୦୦୨ ମସିହାରେ ରୋହିଣୀ ମୁମ୍ବାଇର ବାସିନ୍ଦା ତଥା ଆୟକର ଅଧିକାରୀ ରାଓ ରଣଭାଇଜୟଙ୍କ ପୁଅ ସମରେଶ ସିଂଙ୍କୁ ବିବାହ କରିଥିଲେ ।
ଆଉ ସେହି ବର୍ଷ ଏହି ଗାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା । କାରଣ ବର୍ତ୍ତମାନର କଂଗ୍ରେସ ରାଜ୍ୟ ସଭାପତି ନିଜ ପାଣ୍ଠିରେ ତାଙ୍କ ଶାଶୁ ଘର ପର୍ଯ୍ୟନ୍ତ ରୋହିନୀ ସମରେଶ ପଥ ନିର୍ମାଣ କରିଥିଲେ । ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ମଧ୍ୟ ଗାଁରେ ଅନେକ ବିଦ୍ୟୁତ ପୋଲ ପୋତିଥିଲେ ଯାହା ଗଣମାଧମରେ ଚର୍ଚ୍ଚାରେ ରହିଥିଲା । ଏହାକୁ ନେଇ ଦେଶ ତଥା ବିଦେଶରେ ବହୁ ଆଲୋଚନା ମଧ୍ୟ କରାଯାଇଥିଲା ।
ନିକଟରେ ମଧ୍ୟ ଲାଲୁଙ୍କୁ କିଡନୀ ଦେଇ ଝିଅ ରୋହିଣୀ ଆଚାର୍ଯ୍ୟ କେବଳ ବିହାରର ଝିଅ ମାନଙ୍କର ଆଇକନ୍ ହୋଇନଥିଲେ ବରଂ ପିତାଙ୍କ ପାଇଁ ଝିଅର ମହତ୍ତ୍ୱକଣ ତାହା ଦେଶକୁ ବୁଝାଇଥିଲେ । ଆଉ ବର୍ତ୍ତମାନ ରୋହିଣୀ , ଲୋକସଭା ନିର୍ବାଚନରେ ଲଢ଼ିବାକୁ ନେଇ ଜେଡିୟୁରେ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଛି । କାରଣ ବର୍ତ୍ତମାନ କାରାକାଟର ସାଂସଦ ହେଉଛନ୍ତି ଜେଡିୟୁର ମହାବାଲି ସିଂ ।












Click it and Unblock the Notifications