କୋରାପୁଟ ଲୋକସଭା ନିର୍ବାଚନ ୨୦୨୪: ଭୋଟ୍ ଦେଲେ ସପ୍ତଗିରି ଉଲାକା

ଭୋଟ୍ ଦେଲେ ସପ୍ତଗିରି ଉଲାକା। ନିଜ ପରିବାର ସହ ଯାଇ ସେ ମତଦାନ କରିଛନ୍ତି । ରାୟଗଡ଼ା ସହରସ୍ଥିତ ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଓ ଜିଲାପାଳ ମନୋଜ ସତ୍ୟବାନ ମହାଜନ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଏଥିସହିତ ସମସ୍ତ ଭୋଟର ନିଜର ବହୁମୂଲ୍ୟ ଭୋଟ୍‌ ଉପଯୁକ୍ତ ପ୍ରାର୍ଥୀଙ୍କୁ ଦେବାକୁ ଅନୁରୋଧ କରିଛନ୍ତି ସପ୍ତଗିରି ।

ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କାଶୀପୁର ବ୍ଲକ ଟିକିରି ଅନ୍ତର୍ଗତ ନକଟିଗୁଡା ପ୍ରାଥମିକ ବିଦ୍ୟାଳୟ ସମେତ ରାୟଗଡ଼ା ସହରର ନେହେରୁ ନଗର ପ୍ରାଥମିକ ବିଦ୍ୟାଳୟ, ଖଲିଗୁଡ଼ା ପ୍ରାଥମିକ ବିଦ୍ୟାଳୟ, ରାୟଗଡ଼ା ସୟଂଶାସିତ ମହାବିଦ୍ୟାଳୟ ଏବଂ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଥରେ ଉଭିଏମ ତ୍ରୁଟି ଯୋଗୁ ମତଦାନ ଆରମ୍ଭ ହୋଇପାରି ନ ଥିଲା।

Saptagiri Ulaka

କୋରାପୁଟ ନିର୍ବାଚନ ମଣ୍ତଳୀର ଆଦର୍ଶ ମତଦାନ କେନ୍ଦ୍ରର ଏଭିଏମ୍ ଖରାପ ଯୋଗୁଁ ୧୩୯ ନମ୍ବର ବୁଥରେ ମତଦାନ ବେଳେ ବିଳମ୍ବ ହୋଇଛି ।

ସେହିପରି କଳାହାଣ୍ତି, ଭବାନୀପାଟଣା ୧୦୪, ୧୦୫ ଏବଂ ୧୦୬ ନମ୍ବର ବୁଥରେ ଭୋଟିଂ ଆରମ୍ଭ ହୋଇ ନଥିବା ବେଳେ ମାଲକାନଗିରି କମୁଡିଗୁଡା ୮୫ ନମ୍ବର ବୁଥରେ ଇଭିଏମ ଅଚଳ ନେଇ ସୂଚନା ରହିଛି । ମାଲକାନଗିରି ପୌରପରିଷଦର ବୁଥରେ ମଧ୍ୟ ଇଭିଏମ ତ୍ରୁଟି ନେଇ ସୂଚନା ।

ଖରା ବଢ଼ିବା ଆଶଙ୍କାରେ ଲୋକେ ସକାଳୁ ଆସି ଭୋଟ୍‌ ଦେଇ ଫେରିଯିବାକୁ ଭାବି ଆସିଥିବା ବେଳେ ଇଭିଏମ୍‌ ଅଚଳ ଲୋକଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏଥିପାଇଁ ଜିଲା ନିର୍ବାଚନ ବିଭାଗକୁ ଦାୟୀ କରିଛନ୍ତି ଜନସାଧାରଣ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+