ମିଶ୍ରଣ ପର୍ବ: ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର କର୍ମୀ
ମଙ୍ଗଳବାର (ଆଜି) ଭୁବନେଶ୍ୱର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ମିଶ୍ରଣ ପର୍ବ । ଖୋର୍ଦ୍ଧା ଜିଲ୍ଲା ଜଟଣୀର ବହୁ କଂଗ୍ରେସ ଓ ବିଜେପିର ତୃଣମୂଳ ସଂଗଠନ କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଏହି ମିଶ୍ରଣ ପ
ଖୋର୍ଦ୍ଧା: ମଙ୍ଗଳବାର (ଆଜି) ଭୁବନେଶ୍ୱର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ମିଶ୍ରଣ ପର୍ବ । ଖୋର୍ଦ୍ଧା ଜିଲ୍ଲା ଜଟଣୀର ବହୁ କଂଗ୍ରେସ ଓ ବିଜେପିର ତୃଣମୂଳ ସଂଗଠନ କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଏହି ମିଶ୍ରଣ ପର୍ବ ତୃଣମୂଳ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ଆଶା କରାଯାଇଛି।

ଆଜିର ଏହି ମିଶ୍ରଣ ପର୍ବରେ ବିଜେଡିର ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜଙ୍କ ସଭାପତିତ୍ୱ କରିଥିଲେ। ବରିଷ୍ଠ ନେତା ତଥା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଜେଡି ଉପସଭାପତି ଦେବୀ ମିଶ୍ର, ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ନେତାମାନେ ଏହି ନବାଗତ ସଦସ୍ୟଙ୍କୁ ଦଳକୁ ସ୍ୱାଗତ କରି ଥିଲେ।
ବିଜେଡିରେ ମିଶିଥିବା କର୍ମୀମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି କଂଗ୍ରେସର ବିପିନ କୁମାର ଜୟସିଂ। ସେ ନିରାକାରପୁର ପଞ୍ଚାୟତ ସମିତି ସଭ୍ୟ ଥିଲେ। ଯୁବ କଂଗ୍ରେସର ସାଧାରଣ ସଂପାଦକ ଶୁଭମ ଦାସ । ବିଜେପି ଜିଲ୍ଲା ପରିଷଦ ସଦସ୍ୟା ମମତା ଜେନା, ରାମେଶ୍ୱର ପଞ୍ଚାୟତ ସମିତି ସଦସ୍ୟ ଓ ସରପଞ୍ଚ ପ୍ରମୋଦ କୁମାର ତ୍ରିପାଠି । ସେହିପରି ଗୋପିନାଥପୁର ସରପଞ୍ଚ ମନକୁସି ସରକାର ଏବଂ ରଘୁନାଥପୁର ସମିତି ସଭ୍ୟ ବିଜେଡିରେ ମିଶିଛନ୍ତି। ସୁନ୍ଦରପୁର, ଭୁଷଣ୍ଡପୁରର ଜନ ପ୍ରତିନିଧିମାନେ ମଧ୍ୟ ବିଜେଡିରେ ମିଶିଛନ୍ତି। ପ୍ରଭାକର ରାଉତ ରାୟ, ବିନୋଦ ବିଶ୍ୱାଳ, ରଘୁନାଥ ମାଝି, ରୀନା ସାସମଲ, ପ୍ରଶାନ୍ତ ପ୍ରଧାନ, ପ୍ରଶାନ୍ତ ଦାସ, ଲୋଚନ ନାୟକ, ସୁଧାଂଶୁ ଶେଖର ତ୍ରିପାଠୀ, ପ୍ରଭାସ ମଣ୍ଡଳ, ବସନ୍ତ ରାଉତରାୟ, ଜବର ଖାନ୍, ଗୀତାଞ୍ଜଳି ଛୋଟରାୟ ବିଜେଡିରେ ସାମିଲ ହୋଇଛନ୍ତି ।












Click it and Unblock the Notifications