କଂଗ୍ରେସ ଛାଡିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ବିଜେଡ଼ିରେ ସାମିଲ୍ ହୋଇପାରନ୍ତି

କଂଗ୍ରେସ ଛାଡିଲେ ଅଧିରାଜ ପାଣିଗ୍ରାହୀ । ଖଡ଼ିଆଳ ବିଧାୟକ ଅଛନ୍ତି ବିଧାୟକ ଅଧିରାଜ । କଂଗ୍ରେସ ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଲେ ଅଧିରାଜ । ଆସନ୍ତାକାଲି ସେ ବିଜେଡ଼ିରେ ସାମିଲ୍ ହୋଇପାରନ୍ତି । ତେବେ ଏ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ ।

ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ 251570 ଭୋଟ ରହିଛି । ସେଥିମଧ୍ୟରୁ ମହିଳା ଭୋଟ 125290,ପୁରୁଷ ଭୋଟ 126263,ଥାର୍ଡ ଜେଣ୍ଡର 17 ଖଣ୍ଡିକ ଭୋଟ ରହିଥିବାବେଳେ,ପାଖାପାଖି 6ହଜାର ୟୁଥ ଭୋଟର ରହିଛି । 2019 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ 58771 ଖଣ୍ଡଭୋଟ ପାଇ ବିଜୟୀ ହୋଇଥିବା ବେଳେ,ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ 56189 ଖଣ୍ଡ ଭୋଟ ପାଇ ପରାଜୟ ହୋଇଥିଲେ ।

Adhiraj panigrahi

ସେହିଭଳି ବିଜେପି ପ୍ରାର୍ଥୀ ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତିଙ୍କ ଧର୍ମପତ୍ନୀ ରିତାରାଣୀ ବଗର୍ତ୍ତି 51894 ଖଣ୍ଡ ଭୋଟ ପାଇ ନିର୍ବାଚନ ପରାଜୟ ହୋଇଥିଲେ । ଅଧିରାଜ ଲମ୍ବୋଦରଙ୍କ ଠାରୁ ମାତ୍ର 2582 ଖଣ୍ଡ ଭୋଟରେ ଆଗୁଆରହି ନିର୍ବାଚନ ବିଜୟୀ ହୋଇଥିଲେ ।

ସେପଟେ ବଡ ବଡ ମୁଣ୍ଡି ଦଳ ଡେଉଁଛନ୍ତି । ସିନେ ଅଭିନେତା ଅରିନ୍ଦମ ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି । ସେହିପରି ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ ବିଜେଡି ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+