Get Updates
Get notified of breaking news, exclusive insights, and must-see stories!

ଜାତୀୟ ପତାକାରେ ଚୀନ ପଲିଷ୍ଟର ବ୍ୟବହାର ଘଟଣା: ପିଏମ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ

ରାହୁଲ ଗାନ୍ଧି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏକ ଟ୍ୱିଟ୍‌ ପୋଷ୍ଟ କରିଥିବା ବେଳେ ‘ଦେଶ ପାଇଁ ଖଦି ଓ ଜାତୀୟ ପତାକା ପାଇଁ ଚୀନ ପଲିଷ୍ଟର’ ! ବୋଲି ଉଲ୍ଲେଖ କରିଛନ୍ତି।

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି। ସେ ଟ୍ୱିଟ୍‌ ପୋଷ୍ଟ କରି 'ଦେଶ ପାଇଁ ଖଦି ଓ ଜାତୀୟ ପତାକା ପାଇଁ ଚୀନ ପଲିଷ୍ଟର' ! ବୋଲି ଉଲ୍ଲେଖ କରିଛନ୍ତି। ସବୁ ଥର ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କହିବା ଓ କାମ କରିବା ମେଳ ଖାଉନି ବୋଲି କହିଛନ୍ତି ରାହୁଲ ଗାନ୍ଧି।

rahul gandhi

ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ 'ହର ଘର ତ୍ରିରଙ୍ଗା' କାର୍ଯ୍ୟକ୍ରମ ଲାଗି ଚୀନ୍‌ରୁ ଜାତୀୟ ପତାକା ଆମଦାନୀ କରିଥିଲେ ବୋଲି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଅଭିଯୋଗ କରିଆସୁଛନ୍ତି। ଦେଶରେ 'ଆଜାଦୀ ଗୌରବ ପଦଯାତ୍ରା' ବାହାର କରିଥିବା ନାନା ପଟୋଲେ ମଧ୍ୟ ଏ ନେଇ ପ୍ରଶ୍ନ ଉଠାଇଛନ୍ତି। ପୋଟଲେ ମହାରାଷ୍ଟ୍ରରେ ଆଜାଦୀ ଗୌରବ ପଦଯାତ୍ରା ରାଲିକୁ ସମ୍ବୋଧିତ କରିଥିଲେ । ଅତ୍ୟାଚାର ଓ ବ୍ରିଟିଶ ଶାସନ ଶେଷ ନେଇ କଂଗ୍ରେସ ଦୀର୍ଘ ଲଢେଇ ଲଢିଥିଲା। ଦେଶକୁ ସ୍ୱାଧୀନ କରିବା ପାଇଁ ଦେଶବାସୀ କଂଗ୍ରେସ ପତାକା ତଳେ ଏକଜୁଟ ହୋଇଥିଲା।

ଦେଶ ସ୍ୱାଧୀନ ହେବା ବେଳକୁ ଆମର ଛୁଞ୍ଚି ନିର୍ମାଣ କରିବାକୁ ମଧ୍ୟ ବଳ ନଥିଲା। ତେବେ ଜବାହାର ଲାଲନେହେରୁଙ୍କ ଦୂରଦର୍ଶୀ ନେତୃତ୍ୱ ଭାରତର ପ୍ରଗତିକୁ ଶିଖରରେ ପହଞ୍ଚାଇଥିବା କହିଥିଲେ। ଦେଶରେ କମ୍ପାନୀ ଦେବାଳିଆ ହେଉଥିବା ବେଳେ ସରକାର ବିଦେଶୀ କମ୍ପାନୀଙ୍କ ଠାରୁ ଜାତୀୟ ପତାକା କିଣୁଛନ୍ତି ବୋଲି ପଟୋଲେ ଅଭିଯୋଗ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+