Get Updates
Get notified of breaking news, exclusive insights, and must-see stories!

ବିଜେପିରେ ସାମିଲ ହୋଇପାରନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି

Odisha News: ଆଜି ବିଜେପିରେ ସାମିଲ ହୋଇପାରନ୍ତି କେନ୍ଦ୍ରପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିବା ସମ୍ଭାବନା ରହିଛି । ୨ ଦିନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ସାଂସଦ ଅନୁଭବ ମହାନ୍ତି ।

Kendrapada MP Anubhav Mohanty

ସୂଚନାଥାଉ ଯେ, ୧୦୧୪ ମସିହାରେ ଅନୁଭବ ମହାନ୍ତି ବିଜେଡି ଦଳରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ । ପରେ ୨୦୧୯ ମସିହାରେ ସେ କେନ୍ଦ୍ରାପଡାରୁ ସାଂସଦ ଭାବେ ବିଜୟ ହୋଇ ଲୋକସଭାକୁ ଯାଇଥିଲେ । ବିଜେପିକ ବରିଷ୍ଠ ନେତା ବୈଜୟନ୍ତ ପଣ୍ତାଙ୍କ ବିପକ୍ଷରେ ଅନୁଭବଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି ।

ବୈଜୟନ୍ତଙ୍କୁ ୧.୫୩ ଲକ୍ଷ ଭୋଟରେ ପରାସ୍ତ କରି କେନ୍ଦ୍ରପଡା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ହେଲେ ଏଥର ବିଜେପି କେନ୍ଦ୍ରପଡାରୁ ବୈଦୟନ୍ତ ପଣ୍ତାଙ୍କୁ ଲୋକସଭା ପ୍ରାର୍ଥୀ କରିଥିବା ବେଳେ ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ହେଇଛି ଯେ ଦଳ ଅନୁଭବଙ୍କୁ କେଉଁ ଦାୟିତ୍ୱ ଦେବ ।

ଏହାପୂର୍ବରୁ ବିଧାୟକ ପ୍ରିୟଦର୍ଶି ମିଶ୍ର ଏବଂ ଆଶାଶ ଦାସ ନାୟକ ମଧ୍ୟ ବିଜେଡିରୁ ଇସ୍ତାଫା ଦେଇ ବିଦେପିରେ ଯୋଗ ଦେଇଥିଲେ । ଉଭୟଙ୍କୁ ପାଟିରେ ଅର୍ଥାତ୍ ବିଜେଡିରେ ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହୋଇଥିଲା । ତେବେ ଦଳର ବଡ଼ ବଡ଼ ଚେହେରା ଲୋକସଭା ନିର୍ବାଚନ ପୂର୍ବରୁ ଏପରି ଦଳ ଛାଡିବାକୁ ନେଇ ସରଗରମ ହୋଇଛି ରାଜନୈତୀକ ମାହୋଲ ।

ଅଭିନେତା ଆକାଶ ଦାସ ଏବଂ ପ୍ରିୟଦର୍ଶୀ ମିଶ୍ର ଟିକେଟ୍ ଆଶାରେ ଥିରେ ହେଲେ ଯେତେବେଳେ ଉଭୟଙ୍କୁ ବିଜେଡି ପକ୍ଷରୁ ଟିକେଟ୍ ମିଳିନଥିଲା । ଯାହା ପରେ ଉଭୟ ପାର୍ଟି ଛାଡିବାର ନିଷ୍ପତ୍ତି ନେଇଥିଲେ । ୨୦୧୪ ମସିହାରେ ଆକାଶ ଦାସ କୋରେଇ ଆସନରୁ ବିଜୟା ହୋଇ ବିଧାକକ ହୋଇଥିଲେ । ହେଲେ ୨୦୧୯ରେ ତାଙ୍କୁ ଦଳ ଟିକେଟ୍ ଦେଇ ନଥିଲା ।

ଅନ୍ୟପଟେ ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେବା ସହ କହିଥିଲେ ଯେ, ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା, ଏପରିକି ଦଳର ସୁପ୍ରିମୋଙ୍କ ସହ ଭେଟିବାର ସୁଯୋଗ ମଧ୍ୟ ମିଳୁ ନଥିଲା । ବିଜେଡି ଛାଡିଲେ ମଧ୍ୟ ସେ ନିର୍ବାଚନ ଲଢିବେ ବୋଲି ମଧ୍ୟ କହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+