ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରିବା ପାଇଁ ସୁପାରିଶ କଲେ କେଜ୍ରିୱାଲ
ଆପ ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରିବା ପାଇଁ ଉପରାଜ୍ୟପାଳ ଭି.କେ ସେକ୍ସେନାଙ୍କ ପାଖକୁ ଏହି ଦୁଇଟି ନାଁ ପଠାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ନୂଆଦିଲ୍ଲୀ: ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ବର୍ତ୍ତମାନ ସିଏମ କେଜ୍ରିୱାଲ କ୍ୟାବିନେଟକୁ ସମ୍ପ୍ରସାରଣ କରିବା ପାଇଁ ଯାଉଛନ୍ତି । ଆପ ବିଧାୟକ ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରିବା ପାଇଁ ଉପରାଜ୍ୟପାଳ ଭି.କେ ସେକ୍ସେନାଙ୍କ ପାଖକୁ ଏହି ଦୁଇଟି ନାଁ ପଠାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ ସତେନ୍ଦ୍ର ଜୈନ୍ ସେହିପରି ଶିକ୍ଷା ବିଭାଗ ମନୀଷ ସିସୋଦିଆଙ୍କ ହାତରେ ଥିଲା । ଉଭୟଙ୍କ ଇସ୍ତଫା ପରେ ଆପକୁ ଜୋରଦାର୍ ଝଟକା ଲାଗିଛି ।
ସୂଚନାଥାଉ ଯେ,ରବିବାର ଦିନ ୮ଘଣ୍ଟା ଜେରା କରିବା ପରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ । ଦିଲ୍ଲୀ ଅବକାରୀ ନୀତି ପ୍ରଣୟନରେ ଅନିୟମିତତା ଅଭିଯୋଗରେ CBI ସିସୋଦିଆଙ୍କୁ ପ୍ରଥମେ ଜେରା କରିଥିଲା । ହେଲେ ସେ ସନ୍ତୋଷଜନ ଉତ୍ତର ଦେଇ ନଥିବାରୁ ତାଙ୍କୁ ଶେଷରେ ଗିରଫ କରାଯାଇଥିଲା । ସେହିପରି ପୂର୍ବରୁ ମନିଲଣ୍ତରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗିରଫ କରିସାରିଥିଲା । ଗତକାଲି ଉଭୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଯାହାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗ୍ରହଣ କରିଥିଲେ ।
Delhi: AAP legislators Saurabh Bhardwaj, Atishi likely to be elevated as ministers
Read @ANI Story | https://t.co/SVo5doPlDk#Delhi #AAP #SaurabhBhardwaj #Atishi #ManishSisodia #SatyendarJain pic.twitter.com/bgGljqHXsi
— ANI Digital (@ani_digital) March 1, 2023
ଆମ୍ ଆଦମୀ ପାର୍ଟି ସୂତ୍ର ଅନୁଯାୟୀ, ବର୍ତ୍ତମାନ କେଜ୍ରିୱାଲ ସରକାରରେ ସୌରଭ ଭରଦ୍ୱାଜ ଏବଂ ଆତିଶିଙ୍କୁ ମନ୍ତ୍ରୀ କରିବାକୁ ଚାହୁଁଛନ୍ତି । କେଜ୍ରିୱାଲ ତାଙ୍କ ନିଯୁକ୍ତି ପାଇଁ LGକୁ ଦୁଇଟି ନାମ ପଠାଇ ସାରିଛନ୍ତି ।
ଦିଲ୍ଲୀର ଗ୍ରେଟର କୈଲାଶ ବିଧାନସଭା ଆସନରୁ ସୌରଭ ଭରଦ୍ୱାଜ କ୍ରମାଗତ ଭାବେ ତିନି ଥର ପାଇଁ ବିଧାୟକ ଥିଲେ । ସେ ୨୦୧୩ରେ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୪୯ ଦିନିଆ କେଜ୍ରିୱାଲ ସରକାରରେ ୪ଟି ପ୍ରମୁଖ ବିଭାଗର ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି ।
୨୦୧୫ରେ ମଧ୍ୟ ସୌରଭ ଭରଦ୍ବାଜ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୨୦୨୦ ମସିହାରେ ତୃତୀୟ ଥର ପାଇଁ ବିଧାୟକ ଭାବରେ ସେ ନିର୍ବାଚିତ ହୋଇଥିଲେ ଏବଂ ୨୦୨୨ରେ ସେ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୯ରେ ଆତିଶି ମାର୍ଲେନା ପୂର୍ବ ଦିଲ୍ଲୀର ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ବିରୋଧରେ ଲୋକସଭା ନିର୍ବାଚନରେ ଲଢିଥିଲେ ହେଲେ ଜିତିପାରିନଥିଲେ । କେଜ୍ରିୱାଲ ସରକାରଙ୍କ ଶିକ୍ଷା ନୀତି ପ୍ରସ୍ତୁତ କରିବାରେ ଆତିଶିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।












Click it and Unblock the Notifications