କର୍ଣ୍ଣାଟକ ବିଧାନସଭା ନିର୍ବାଚନ:ଭୋଟ୍ ଗଣନା ଆରମ୍ଭ
କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ । କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗଣନା ଆରମ୍ଭ ହୋଇଛି, ପୋଲିସ ସବୁଆଡେ ମୁତୟନ ହୋଇଛନ୍ତି । ଆରମ୍ଭରୁ ବିଜେପି-କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର । ସେପଟେ ଜେଡିଏସ୍ ନେତା ଏଚ୍ ଚି କୁମାରସ୍ୱାମୀ ଚନ୍ନାପାଟନା ଆସନରୁ ଆଗୁଆ ଅଛନ୍ତି ।

ରାଜ୍ୟର 36 ଟି କେନ୍ଦ୍ରରେ ସକାଳ 8 ଟାରୁ ଗଣନା ଆରମ୍ଭ ହୋଇଛି । ଦିନ ମଧ୍ୟାହ୍ନ ସୁଦ୍ଧା ଫଳାଫଳ ବିଷୟରେ ଏକ ସ୍ପଷ୍ଟ ଚିତ୍ର ପ୍ରକାଶ ପାଇବ ବୋଲି ମତଦାତା ଅଧିକାରୀ ଆଶା କରୁଛନ୍ତି । ଭୋଟ୍ ଗଣତି ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଷ୍ଟ୍ରଙ୍ଗ ରୁମ୍, କାଉଣ୍ଟିଂ ହଲ୍ ଏବଂ ଗଣନା କେନ୍ଦ୍ର ପରିସରରେ ପର୍ଯ୍ୟାପ୍ତ ପୋଲିସ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଆଜି କୌଣସି ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ବେଙ୍ଗାଲୁରୁରେ ଧାରା ୧୪୪ ଲାଗୁ ହେବ ।
ଭୋଟ୍ ଗଣନା ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ ସିଏମ ସିଦ୍ଧରମୈୟାଙ୍କ ପୁଅ କହିଛନ୍ତି ଯେ, ଆମେ ନିଶ୍ଚିତ ଯେ ଆମେ ନିଜେ ସରକାର ଗଠନ କରିବୁ' । ସେପଟେ 2-3 ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ନିର୍ବାଚନ ଫଳାଫଳ ପୂର୍ବରୁ ଜେଡିଏସ୍ ମୁଖ୍ୟ କୁମାରସ୍ୱାମୀ କହିଛନ୍ତି ।
କୌଣସି ଅଘଟଣକୁ ଏଡ଼ାଇବା ପାଇଁ ବେଙ୍ଗାଲୁରୁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । ଶନିବାର ଦିନ ସକାଳ 6 ଟାରୁ ରବିବାର ଦିନ 12 ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଧାରା 144 ଲାଗୁ କରାଯିବ । ବେଙ୍ଗାଲୁରୁ ପୋଲିସ କମିଶନରେଟ ଅଞ୍ଚଳରେ ମଦ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଲଗାଯାଇଛି ।
ଭୋଟ ଗଣତି ପୂର୍ବରୁ ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ଢୋଲ ବଜାଇ ଉତ୍ସବ ଅନୁଷ୍ଠିତ ହେଉଛି । କର୍ଣ୍ଣାଟକରେ ନିଜ ସରକାର ଗଠନ ହେବାକୁ ଯାଉଛି ବୋଲି ଦଳ ନିଶ୍ଚି ରହିଛି । ମେ 10 ରେ ହୋଇଥିଲା ମତଦାନ ।












Click it and Unblock the Notifications