କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ:ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବର ମାହୋଲ
Karnataka Election Result 2023: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବା । ହେଲେ ରେଜଲ୍ଟ ଆସିବା ପୂର୍ବରୁ ହିଁ ରାଜନୈତିକ ଦଳ ମଧ୍ୟ ବିଜୟର ଉତ୍ସବ ପାଳନ କରିବା ଆରମ୍ଭ କରି ଦେଇଛନ୍ତି।

ଫଳାଫଳ ବାହାରିବା ପୂର୍ବରୁ ହିଁ ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳିଛି । ପାର୍ଟି କର୍ମୀମାନେ ବହୁତ ଉତ୍ସାହିତ ଅଛନ୍ତି ଏବଂ ଦଳର କର୍ମୀମାନେ ନିଶ୍ଚିତ ଯେ ସେମାନଙ୍କ ଦଳ ଆଜି ଜିତିବା ପାଇଁ ଯାଉଛି । ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରେ ବାଜାଇ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି କର୍ମୀ ମାନେ ।
#WATCH | Celebration begins at the Congress office in Delhi ahead of the counting of votes for the 224 seats in the Karnataka Legislative Assembly elections held on May 10.#KarnatakaElectionResults2023 pic.twitter.com/FCSZrwv01C
— ANI (@ANI) May 13, 2023
ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକରେ ମୋଟ 224ଟି ବିଧାନସଭା ଆସନ ରହିଛି । ସମସ୍ତ 224ଟି ସିଟ୍ ପାଇଁ ମତଦାନ ମେ 10 ରେ ଏକକାଳୀନ ଅନୁଷ୍ଠିତ ହୋଇଥିଲା । ମତଦାନ ପରେ ଉଭୟ ବିଜେପି ଏବଂ କଂଗ୍ରେସ ନିଜର ବିଜୟ ଦାବି କରୁଛି । ଜେଡିଏସ୍ କହିଛି ଯେ ସେ କିଙ୍ଗ୍ ମେକାର ଭୂମିକାରେ ରହିବ ।
ନିର୍ବାଚନ ପରେ ଏକଜିଟ୍ ପୋଲର ଆକଳନ ଅନୁସାରେ, କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିପାରେ । ଏକଜିଟ୍ ପୋଲ୍ ଆକଳନ ଦ୍ୱାରା ଉତ୍ସାହିତ ହୋଇ କଂଗ୍ରେସ ନିଶ୍ଚିତ ଯେ, ଏଥର ରାଜ୍ୟରେ କ୍ଷମତାକୁ ଫେରିବାକୁ ଯାଉଛି।












Click it and Unblock the Notifications