କର୍ଣ୍ଣାଟକ ନିର୍ବାଚନ 2023: କଂଗ୍ରେସ ଜିତିଲେ କିଏ ହେବେ ମୁଖ୍ୟମନ୍ତ୍ରୀ
Karnataka Election Result 2023 : କର୍ଣ୍ଣାଟକରେ ଭୋଟ ଗଣତି ଜାରି ରହିଛି । ଟ୍ରେଣ୍ତ ଅନୁସାରେ କଂଗ୍ରେସ ମ୍ୟାଜିକ୍ ନମ୍ବର ମଧ୍ୟ ପାର କରିସାରିଛି । କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରୁଥିବା ଜଣାପଡିଛି, ଏହା ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି, ବର୍ତ୍ତମାନ ଏହା 123 ଟି ଆସନରେ ଆଗୁଆ ଥିବାବେଳେ ବିଜେପି 71 ଟି ଆସନରେ ଆଗୁଆ ରହିଛି ।
ଏପରି ସ୍ଥିତିରେ ବର୍ତ୍ତମାନର ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ଯେ, ଯଦି କଂଗ୍ରେସ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରେ ତେବେ କିଏ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇଜଣ ବରିଷ୍ଠ ନେତାଙ୍କ ନା ସାମିଲ ଅଛି । ପ୍ରଥମ ନେତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଦ୍ୱିତୀୟ ନେତା ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର।
ଗୋଟିଏ ପଟେ ସିଦ୍ଧରମୈୟା ଦଳର ଜଣେ ବଡ ନେତା ଭାବରେ ବିବେଚନା କରାଯାଉଥିବା ବେଳେ ଅନ୍ୟପଟେ ଡି.କେ ଶିବକୁମାରଙ୍କୁ ରାଜ୍ୟର ମୁଖ୍ୟ ରଣନୀତିଜ୍ଞ ଭାବେ ବିବେଚନା କରାଯାଏ ।

ବିଶେଷ ସୁତ୍ରରୁ ପ୍ରକାଶ ଯେ, ଦଳ ସିଦ୍ଧରମୈୟାଙ୍କୁ ମୁଖ୍ୟମନ୍ତ୍ରା ପଦରେ ବସାଇବାର ନିଷ୍ପତ୍ତି ନେଇଛି । ଯଦିଓ ରାଜ୍ୟରେ କଂଗ୍ରେସର ବିଜୟ ପାଇଁ ଡି.କେ ଶିବକୁମାରଙ୍କୁ ମୁଖ୍ୟ ରଣନୀତିଜ୍ଞ ଭାବେ ବିବେଚନା କରାଯାଉଛି ।
ରିପୋର୍ଟ ଅନୁସାରେ, ରାଜ୍ୟରେ ସରକାର ଗଠନ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇସାରିଛି । ସିଦ୍ଧରମୈୟା ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ଏବଂ ଡି.କେ ଶିବକୁମାରଙ୍କୁ ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ । ପରବର୍ତ୍ତି ସମୟରେ ଡି.କେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପଦ ଦିଆଯାଇପାରେ । ପ୍ରାରମ୍ଭିକ ଟ୍ରେଣ୍ତ ଅନୁସାରେ, କଂଗ୍ରେସ ଦଳ ଏକ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିବା ପାଇଁ ଯାଉଛି । ଦଳ ପ୍ରାୟ 120 ଟି ଆସନରେ ଆଗୁଆ ଥିବାବେଳେ ବିଜେପି 80ଟି ଆସନରେ ଆଗରେ ରହିଛି । ସେପଟେ ଜେଡିଏସ୍ 30ଟି ସିଟ୍ ଜିତୁଥିବା ଜଣାପଡିଛି।












Click it and Unblock the Notifications