Get Updates
Get notified of breaking news, exclusive insights, and must-see stories!

କର୍ଣ୍ଣାଟକ ବିଧାନସଭା ନିର୍ବାଚନ: କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୧୨୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି

Karnataka Election 2023

Karnataka Election 2023:କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ୧୨୪ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । କନକପୁରାରୁ ରାଜ୍ୟ ସଭାପତି ଡି.କେ ଶିବକୁମାର ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ବରୁଣାରୁ ଟିକେଟ ଦିଆଯାଇଛି। ସିଦ୍ଧରମୟା ତାଙ୍କ ପୁଅଙ୍କ ଆସନରୁ ଟିକେଟ୍ ମିଳିଛି ହେଲେ ସେ କୋଲାର ବିଧାନସଭା ଆସନରୁ ନିର୍ବାଚନ ଲଢିବା ପାଇଁ ଚାହୁଁଥିଲେ। ସେହିପରି ଦଳର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱରଙ୍କୁ କୋରାଟାଗେର ନିର୍ବାଚନମଣ୍ତଳୀରୁ ସିଟ୍ ମିଳିଛି ।

ଗତ ୨୭ରେ ଦିଲ୍ଲୀରେ ଏକ ବୈଠକ ପରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ କରିଛି । ତେବେ କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମେ ତାଲିକା ପ୍ରକାଶ କରିଛି । ହେଲେ ନିର୍ବାଚନ ଆୟୋଗ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ତାରିଖ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରିନାହାଁନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ନିର୍ବାଚନ ଆୟୋଗ ରବିବାର କିମ୍ବା ଆସନ୍ତା ସପ୍ତାହ ଆରମ୍ଭରୁ ରାଜ୍ୟରେ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିପାରନ୍ତି ।

କର୍ଣ୍ଣାଟକର ବର୍ତ୍ତମାନର ବିଧାନସଭା କାର୍ଯ୍ୟକାଳ ମେ ୨୪ ତାରିଖରେ ଶେଷ ହେବ। ଏହା ପୂର୍ବରୁ ନିର୍ବାଚନ ଆୟୋଗକୁ ୨୨୪ ସିଟ୍ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ। ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ପାଇଁ ନିର୍ବାଚନ ଆୟୋଗ ଏବଂ କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ କରିସାରିଛି।

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ କର୍ଣ୍ଣାଟକ ଗସ୍ତ କରିବେ । ଚିକ୍କାବାଲାପୁର, ବେଙ୍ଗାଲୁରୁ ଏବଂ ଡାଭାନାଗେରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+