Karnataka Assembly Election: ଆଜି ଶପଥ ନେବେ ସିଦ୍ଧରମୈୟା ଏବଂ ଡି କେ ଶିବକୁମାର
Karnataka Assembly Election:କର୍ଣ୍ଣାଟକରେ ବିଜୟ ପରେ ଆଜି ନୂଆ ସରକାର ଗଠନ କରିବ କଂଗ୍ରେସ । ରାଜ୍ୟରେ କଂଗ୍ରେସର ନୂଆ ସରକାର ଗଠନ ଏବଂ ଶପଥ ଗ୍ରହଣ ପାଇଁ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛି । ସିଦ୍ଧରମୈୟା ନୂତନ ମୁଖ୍ୟମନ୍ତ୍ରୀ ଏବଂ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଆଜି ବେଙ୍ଗାଲୁରୁରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ପାଇଁ ଯାଉଛି । ଏହି ଶପଥ ଗ୍ରହଣ ସମାରୋହରେ ବହୁ ବିରୋଧୀ ଦଳର ନେତା ଅଂଶଗ୍ରହଣ କରିପାରନ୍ତି ।
ସୂଚନା ଅନୁସାରେ, ଏହି ଶପଥ ଗ୍ରହଣ ସମାରୋହରେ ହିମାଚଳପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ଛଚିଶଗଡ଼,ବିହାର, ଝାଡଖଣ୍ତର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସାମିଲ । ସେହିପରି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କୁ କଣ୍ଣାଟକ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।

ଅନ୍ୟପକ୍ଷରେ ଶପଥ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏହି ସମାରୋହରେ ସାମିଲ ହେବେ ନାହିଁ । ସେହିପରି ନିମନ୍ତ୍ରଣ ପାଇବା ସତ୍ୱେ କୌଣସି କାରଣ ପାଇଁ ଶପଥ ସମାରୋହରେ ସାମିଲ ହେବେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।












Click it and Unblock the Notifications