ଆଜି ଘୋଷଣା ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ

Karnataka Assembly Election

Karnataka Assembly Election: ଆଜି ବାଜିବ କର୍ଣ୍ଣାଟକ ନିର୍ବାଚନ ବିଗୁଲ୍ । ଘୋଷଣା ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ । ଦିନ ୧୧.୩୦ରେ ଘୋଷଣା କରିବେ ନିର୍ବାଚନ କମିଶନ ।

ସୂଚନା ଅନୁସାରେ, ଆଜି ସକାଳ ୧୧.୩୦ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ ନିର୍ବାଚାନ ତାରିଖ ଘୋଷଣା କରିବେ । ଏହାସହିତ ରାଜ୍ୟରେ କେତେ ପର୍ଯ୍ୟାୟରେ ମତଦାନ ହେବ ଏବଂ ଏହାର ଫଳାଫଳ କେବେ ଘୋଷଣା କରାଯିବ ସେନେଇ ମଧ୍ୟ ସୂଚନା ଦିଆଯିବ । ନିର୍ବାଚନ ଆୟୋଗର ଏହି ସାମ୍ବାଦିକ ସମ୍ମିଳନୀ ଦିଲ୍ଲୀର ପ୍ଲେନାରୀ ହଲ ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ।

କର୍ଣ୍ଣାଟକ ବିଧାନସଭାରେ କେତେ ଆସନ ଅଛି?
କର୍ଣ୍ଣାଟକ ବିଧାନସଭାରେ ମୋଟ ୨୨୪ଟି ଆସନ ଅଛି ଯାହା ମଧ୍ୟରୁ ବିଜେପି ପାଖରେ ରହିଛି ମୋଟ୍ ୧୧୯ଟି ଆସନ କଂଗ୍ରେସ ପାଖରେ ମୋଟ ୭୫ଟି ଆସନ ଏବଂ ଏହାର ସହଯୋଗୀ ଦଳ ଜେଡିଏସ ପାଖରେ ମୋଟ ୨୮ଟି ସିଟ୍ ରହିଛି ।

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି । ବଜେପି, କଂଗ୍ରସ ସମେତ ଜେଡିଏସ ନିର୍ବାଚନରେ ତିନି ପ୍ରମୁଖ ଦଳ । ଦଳର ନେତା ବିଭିନ୍ନ ସ୍ଥାନରେ ଜୋରଦାର ପ୍ରଚାର କରୁଛନ୍ତି ।

ସୂଚନାଥାଉ ଯେ, ଦକ୍ଷିଣ ଭାରତରେ ବିଜେପି ଦୁର୍ବଳ ରହିଛି ହେଲେ କର୍ଣ୍ଣାଟକରେ ରହିଛି ବିଜେପି ସରକାର । ବର୍ତ୍ତମାନ ଆଗାମୀ ବିଧାନସଭା ନିର୍ବାଚନ ଜିତି ବିଜେପି ସାଧାରଣ ନିର୍ବାଚନ ପୂର୍ବରୁ ଦଳର ଭୋଟ୍ ବ୍ୟାଙ୍କ ବଢାଇବା ପାଇଁ ଅଧିକ ଗୁରୁତ୍ୱ ଦେଉଛି । ସେପଟେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ହରାଇବା ପରେ କଂଗ୍ରେସ ମଧ୍ୟ ସରକାର ଗଢିବାର ଆଶା ରହିଛି । ଯେଉଁଥି ପାଇଁ ଆରମ୍ଭ ହୋଇ ସାରିଛି ଜୋରଦାର ପ୍ରଚାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+